Odiapua.com

ସିନେ ଶ୍ରମିକ, ଥିଏଟର, ସଙ୍ଗୀତ ଓ ଯାତ୍ରା କଳାକାରମାନଙ୍କୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ

ଭୁବନେଶ୍ୱର ୨୭-୫ (ଓଡ଼ିଆ ପୁଅ) : ସାମ୍ପ୍ରତିକ କରୋନା ମହାମାରୀ ଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛି ସାରା ବିଶ୍ୱ। ଏଥିରୁ ବାଦ୍ ପଡ଼ିନାହାନ୍ତି ଓଡ଼ିଶାର ସିନେମା ଓ ଯାତ୍ରା ଜଗତ ସହିତ ଜଡ଼ିତ ଥିବା କଳାକାର ଓ ଶ୍ରମିକମାନେ। କରେନା ମୁକାବିଲା ପାଇଁ ଘୋଷିତ ଲକ୍‌ଡାଉନ୍ ପରଠୁଁ ସିନେମା ସୁଟିଂ, ଥିଏଟର ଓ ଯାତ୍ରା ପରିବେଷଣ ବନ୍ଦ ରହିଛି। ଏହାଦ୍ୱାରା ଅନେକ କଳାକାର, ଟେକ୍ନିସିଆନ୍‌, ସ୍ପଟ ବୟ୍‌, ମେକଅପ୍ ମ୍ୟାନ୍ ପ୍ରମୁଖ ହାତ ବାନ୍ଧି ଘରେ ବସିଛନ୍ତି। କଳାକାର ଓ ଟେକ୍ନିସିଆନ୍ ନିର୍ମାଣ ଶ୍ରମିକରେ ପଞ୍ଜିକୃତ ହୋଇ ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ôଚତ ହୋଇଛନ୍ତି। ସେମାନଙ୍କ ପାଇଁ ନିଜ ପରିବାର ଚଳାଇବା କାଠିକର ପାଠ ହୋଇସାରିଛି। ତେଣୁ ସିନେ ଶ୍ରମିକ, ଥିଏଟର, ସଙ୍ଗୀତ ଓ ଯାତ୍ରା କଳାକାରମାନଙ୍କୁ ସମ୍ଭବ ଅନୁଯାୟୀ ପଦକ୍ଷେପ ଓ ଚିହ୍ନଟ କରି ଆର୍ଥିକ ସହାୟତା କରିବା ପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ’ ର ଅଧ୍ୟକ୍ଷ ମିର୍ ଅହମ୍ମଦ୍ ଅଲ୍ଲୀ।