Odiapua.com

ସିନାପାଲି -ଯୋଗୀମଠ ପଡାରେ ପାନୀୟ ଜଳ ଅଭାବ

ସିନାପାଲି-୧୮/୪-(ଓଡିଆ ପୁଅ/ହେରମ୍ବ ମେହେର)-ନୁଆପଡା ଜିଲ୍ଲା ସିନାପାଲି ବ୍ଲକ କୋଟାମାଲ ଗ୍ରାମର ଯୋଗୀମଠ ପଡାରେ ପାନୀୟଜଳର ଘୋର ସମସ୍ୟା ଦେଖିବାକୁ ମିଳିଛି। ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତସେବା ଭଳି ମୌଳିକ ସମସ୍ୟା ପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ ହୋଇ ଯୋଜନା ଉପରେ ଯୋଜନା ହେଉଥିଲେ ମଧ୍ୟ ଏହି କୋଟାମାଲ ଗ୍ରାମସ୍ଥିତ ଯୋଗୀମଠ ପଡା ସରକାରୀ ସୁବିଧାରୁ ବାଦ ପଡୁଥିବା ଅଭିଯୋଗ ହେଉଛି। ଏହି ପଡାରେ ୨୦ ଟି ପରିବାରରେ ପ୍ରାୟ ୧୦୦ ରୁ ଅଧିକ ଲୋକ ରହୁଛନ୍ତି। ଏଠାରେ ଦୁଇଟି ନଳକୂପ ଥିଳେ ମଧ୍ୟ ଗୋଟିଏ ଖରାପ ଓ ଅନ୍ୟ ନଳକୂପ ଚାଳୁଥିବାବେଳେ ଦୀର୍ଘ ସମୟ ଅପେକ୍ଷା ପରେ ଗୋଟିଏ ଗରା, ମାଠିଆ କି ଟିଣରେ ପାଣିଭର୍ତି ହେଉଥିବା ଏଠିକାର ଜନସାଧାରଣ କହିଛନ୍ତି। ଏପଟେ ଗ୍ରୀଷ୍ମଋତୁର ଖରା ସେପଟେ ପାଣି ଟୋପାଏ ପାଇଁ ଲୋକେ ଡହକ ବିକଳ ହେଉଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଅଧକ୍ଷା ଶ୍ରୀମତୀ ତପସ୍ବିନୀ ମାଝିଙ୍କୁ ପଚାରିବାରୁ ଯଥାଶୀଘ୍ର ଏଥିର ବ୍ୟବସ୍ଥା କରାଯିବବୋଲି କହିଛନ୍ତି।