Odiapua.com

ସିନାପାଲି – ଉଦନ୍ତି ମହୋତ୍ସବ ଉଦଘାଟିତ

ସିନାପାଲି-୨୯/୫-(ଓଡ଼ିଆ ପୁଅ /ହେରାମ୍ବ ମେହେର)-ନୂଆପଡ଼ା ଜିଲ୍ଲା ସିନାପାଲିରେ ଆଜି ଉଦନ୍ତୀ ମହୋତ୍ସବର ଶୁଭାରମ୍ଭ ଅବସରରେ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କମିଟି ସୂତ୍ରରୁ ପ୍ରକାଶ ଯେ, ଆଜି ସକାଲୁ ସିନାପାଲିସ୍ଥିତ ମା ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦେବୀଙ୍କ ଛତ୍ତର ଗାଁ ପରିକ୍ରମା କରି ସିନାପାଲି ହାଇସ୍କୁଲ ପଡ଼ିଆରେ ପହଞ୍ଚି ଦେବୀଙ୍କ ଛତ୍ତର କୁ ମହୋତ୍ସବ ମଞ୍ଚରେ ସ୍ଥାପନ କରାଯାଇଛି।ଏହି ଛତ୍ତର ଯାତ୍ରାରେ ଅଂଚଳର ଶହଶହ ଜନସାଧାରଣ ସାମିଲ ହେବା ସହିତ ଏଠିକାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।ଏହି ଛତ୍ତର ଯାତ୍ରା ସମୟରେ ଲୋକନୃତ୍ୟ, ଘଣ୍ଟବାଦ୍ୟ ଓ ଘୁମୁରା ଦଳ ସାମିଲ ହୋଇଥିଲେ ଏହି ଯାତ୍ରା କୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ର କଡାକଡି ସୁରକ୍ଷା ଦେଇଥିଲେ ଏବଂ ଏହି ଉଦନ୍ତୀ ମହୋତ୍ସବ ଟି ତିନିଦିନ ପାଇଁ ଅନୁଷ୍ଠିତ ହେବ ବୋଲି କମିଟି ର ସଭାପତି ବୈସମ୍ପାୟାନ ମେହେର ପ୍ରକାଶ କରିଛନ୍ତି।