Odiapua.com

ସିନଜେଣ୍ଟା ଇଣ୍ଡିଆ ଲମିଟେଡ୍ ପକ୍ଷରୁ ଭଦ୍ରକ ମେଡିକାଲକୁ ୫୦ ଟି ହାଇଡ୍ରୋଲିକ୍ ବେଡ୍ ପ୍ରଦାନ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫୦ ଟି ଉନ୍ନତମାନର ହାଇଡ୍ରୋଲିକ୍ ବେଡ୍ ପ୍ରଦାନ କରିଛି ଆନ୍ତର୍ଜାତୀୟ କୃଷିଭିତ୍ତିକ କଂପାନୀ ସିନଜେଣ୍ଟା ଇଣ୍ଡିଆ ଲିମିଟେଡ୍ । କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ରୋଗୀଙ୍କ ସୁବିଧା ପାଇଁ ଆଜି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ଏହି ବେଡ୍‌ଗୁଡିକ ପ୍ରଦାନ କରାଯାଇଛି । ଏଥିସହ ୫୦ ଟି ପିଲୋ ଓ ୫୦ଟି ବେଡ୍‌ସିଟ୍ ମଧ୍ୟ ପ୍ରଦାନ କରିଛି କଂପାନୀ । ତେବେ କୃଷି କ୍ଷେତ୍ରରେ କୃଷକଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ଭିତରେ ମାନବ ଜୀବନର ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଦେଶର ବିଭିନ୍ନ ରାଜ୍ୟରେ ରୋଗୀମାନଙ୍କ ସୁବିଧା ପାଇଁ ଏହିଭଳି ସହଯୋଗର ହାତ ବଢାଇଛି ସିନଜେଣ୍ଟା ଇଣ୍ଡିଆ କଂପାନୀ । ତେବେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ବାଲେଶ୍ୱର, ବରଗଡ ଓ ଭବାନୀପାଟଣା ମେଡିକାଲକୁ ଏହି ବେଡ୍ କଂପାନୀ ପକ୍ଷରୁ ପ୍ରଦାନ କରାଯାଉଛି । ତାଙ୍କର ଏହି କାର୍ଯ୍ୟକ୍ରମ ଆଗାମୀ ଦିନକୁ ମଧ୍ୟ ଜାରି ରହିବ ବୋଲି କଂପାନୀର ପରିବାର ପକ୍ଷରୁ କହିଛନ୍ତି ଡିଭିଜିନାଲ ମ୍ୟାନେଜର ବିଜୟ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ମାର୍କେଟିଂ ଲିଡ୍ ପ୍ରଭୁଦତ୍ତ ଲେଙ୍କା, ଟେରିଟୋରି ମ୍ୟାନେଜର ସୁଦୀପ୍ତ ମିତ୍ର ଓ ଭଦ୍ରକ କଂପାନୀ ଡିଷ୍ଟ୍ରିବ୍ୟୁଟର ଗୌରବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।