Odiapua.com

ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାଲେଶ୍ୱର, ୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ସହରର ସିନେମା ଛକସ୍ଥିତ ସିଦ୍ଧି ବିନାୟକ ମନ୍ଦିରର ୧୨ତମ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ପୂର୍ବକ ସମସ୍ତ କର୍ମକାଣ୍ଡ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ଗୁରୁପୂଜା, ସୂର୍ଯ୍ୟପୂଜା ସମେତ ସମସ୍ତ ଦେବାଦେବୀଙ୍କୁ ଆବାହନ ସହକାରେ ହୋମଯଜ୍ଞ ଆୟୋଜିତ ହୋଇଥିଲା। ପୂଜକର ବେଦମନ୍ତ୍ର ସାଙ୍ଗକୁ ଘଌକ୍ଷଗ୍ଧ; ଘଌକ୍ଷଗ୍ଧ;ା ଓ ଭଜନ କୀର୍ତ୍ତନରେ ମନ୍ଦିର ସମେତ ଆଖପାଖ ଅଞ୍ଚଳରେ ଭାବାବେଗମୟ ପରିବେଶ ଲକ୍ଷ୍ୟ କରାଯାଇଥିଲା। ମୁଖ୍ୟ ପୂଜକ ଚିତ୍ତରଂଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କର୍ମକାଣ୍ଡକୁ ଲଳିତ କୁମାର ପଣ୍ଡା ଓ ରୋହିତ କୁମାର ପଣ୍ଡା ପରିଚାଳନା କରିଥିଲେ। ପୂର୍ଣ୍ଣାହୁତି ପରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଦୀର୍ଘ ୧୧ବର୍ଷ ଧରି ଏହି ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ବେଶ ଯାକଜମକରେ ପାଳିତ ହୋଇ ଆସୁଥିବା ବେଳେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଯୋଗୁଁ ଦୁଇବର୍ଷ ଧରି ଗଣେଶ ମହେତ୍ସବ ବି ବନ୍ଦ ରଖାଯାଇଛି। ତେବେ ସମ୍ପ୍ରତି କରୋନା ପ୍ରକୋପ ହ୍ରାସ ପାଇଁ ନିୟନ୍ତ୍ରଣାଧୀନ ଥିବା ବେଳେ ଆଗାମୀ ଦିନରେ ପୂର୍ବ ପରି ଏହି ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳନ କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି।