Odiapua.com

ସିଦ୍ଧମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରିଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବହୁଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଅଛି। ପୁରୀ କୋଣାର୍କ ଜାତୀୟ ରାଜପଥରେ ଏହି ଫ୍ଲାଏ ଓଭର ନିର୍ମାଣ ହେଲେ ହଜାର ହଜାର ଲୋକ ପ୍ରତିଦିନ ଉପକୃତ ହୋଇପାରିବେ ଏବଂ ସୁବିଧାରେ ଯାତାୟତ କରିପାରିବେ। ରେଳ ଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ ନହେବାରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କର ସମୟ ନଷ୍ଟ ହେଉଛି। ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟିବା ସହ ଏହି ବିଷୟରେ ଦାବି ପ୍ରଦାନ କରି ବିସ୍ତୃତ ଆଲୋଚନା କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ତୁରନ୍ତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେବା ନେଇ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ପ୍ରତିସୃତି ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରିଙ୍କୁ ଭେଟିବା ପରେ ଶ୍ରୀ ପାତ୍ର ଏବଂ ଶ୍ରୀ ଶଡ଼ଙ୍ଗୀ ସିଦ୍ଧମାହାବୀର ଫ୍ଲାଏ ଓଭର ବ୍ରିଜ ପୁରୀ ବାସୀଙ୍କ ବହୁଦିନର ଦାବି ଥିଲା ଏବଂ ଏହି ଦାବି ଆଉ କିଛି ଦିନ ମଧ୍ୟରେ ପୂରଣ ହେବ ହୋଲି କହିଛନ୍ତି। କେବଳ ପୁରୀବାସୀ ନୁହନ୍ତି ସମସ୍ତ ପର୍ଯ୍ୟଟକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେଲେ ଏହାର ସୁବିଧା ପାଇପାରିବେ ବୋଲି ଶ୍ରୀ ପାତ୍ର ଏବଂ ଶ୍ରୀ ଶଡ଼ଙ୍ଗୀ ଆଶା ପ୍ରକାଶ କରିଛନ୍ତି।