Odiapua.com

ସିଙ୍ଗାପୁରରେ ନୂଆଁଖାଇ

ସମ୍ବଲପୁର୨୮ା୯(ଓଡିଆ ପୁଅ)ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରଥମ ଥର ପାଇଁ ସେଠାରେ ନୂଆଁଖାଇ ପାଳନ ସହ ଭେଟ୍ଘାଟ୍ କାର୍ଯ୍ୟକ୍ରମ କରିଛନ୍ତି। ୭୦ଟି ପ୍ରବାସୀ ଓଡ଼ିଆ ପରିବାର ମା’ ସମଲେଶ୍ୱରୀଙ୍କ ଠାରେ ନୂଆଁ ଚାଉଳରେ ପ୍ରସ୍ତୁତ ନବାନ୍ନ ଅର୍ପଣ କରି ସାମୂହିକ ଭାବେ ନୂଆଁ ଖାଇବା ସହ ପାରମ୍ପାରିକ ବ୍ୟଞ୍ଜନ ଓ ନାଚଗୀତରେ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।