Odiapua.com

 ସିଓଙ୍କ ବଦଳୀ ଦାବିରେ ସିଏମ୍‌ସି କମିଶନରଙ୍କୁ ଦାବିପତ୍ର 

କଟକ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ମହାନଗର ନିଗମ (ସିଏମ୍‌ସି)ରେ ଦୁର୍ନିତିର ପିଛା ଛାଡ଼ୁନି । ବିଭିନ୍ନ କାର୍ଯ୍ୟରେ ଅନୀୟମିତା ପ୍ରମାଣିତ ମଧ୍ୟ ହୋଇଛି, ତଥାପି ଚେତୁନାହାଁନ୍ତି ବିଭନ୍ନ ୱାର୍ଡ଼ରେ ତଦନ୍ତ ଭାର ତୁଲାଉଥିବା ଗୋଷ୍ଠୀ ସଂଗଠକ/ସଂଗଠୀକ(ସିଓ) ଓ କର୍ମଚାରୀ ।  ସିଏମସି ବିଭିନ୍ନ ବିବାଦ ତଥା ଅନୀୟମିତତା ମଧ୍ୟରେ ଛନ୍ଦି ହୋଇଥିଲେ ମଧ୍ୟ ସ୍ୱଛତା ଆସିପାରୁନାହିଁ । ଏଭଳି କି  ଗରୀବ ହିତାଧିକାରୀଙ୍କ ପାଇଁ ଯୋଜନା ଗୁଡ଼ିକ ଅଯୋଗ୍ୟ ହିତାଧିକାରି ହାତେଇ ନେଉଛନ୍ତି । ଗରୀବଲୋକଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଛ ଭାରତ ଅଭିଯାନରେ ମିଳୁଥିବା ବ୍ୟକ୍ତିଗତ ପାଇଖାନାରେ ଅନୀୟମିତତା ହୋଇଥିବା ଜଣାପଡ଼ିଛି ।  ତେବେ ଏନେଇ ସିଏମ୍‌ସିରେ କାର୍ଯ୍ୟରତ ସିଓ ମାନଙ୍କ କାର୍ଯ୍ୟରେ ସ୍ୱଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଏମ୍‌ସି ୱାର୍ଡ଼ ନଂ-୩୮ କଲେଜଛକ ଗୋରଖା କଲୋନୀର ଜଣେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ କର୍ମଚାରୀ ବେଆଇନ ଭାବେ ପାଇଖାନା ହାତେଇବା ସହିତ କେଉଁ ଆଧାରରେ ସିଏମ୍‌ସି ୫୬ ନମ୍ବର ୱାର୍ଡ଼ର ବାସିନ୍ଦା ଦର୍ଶାଇ ପାଇଖାନା ଟଙ୍କା ଲୁଟିଛନ୍ତି । ସେହିପରି   ହରିରାଜପୁର, ମିର୍ଜାପୁର, ଭଦିମୂଳର ବାସିନ୍ଦା ୫୬ ନମ୍ବର ୱାର୍ଡ଼ର ବାସିନ୍ଦା ଦର୍ଶାଇ ଟଙ୍କା  ଉଠାଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଭିନ୍ନ ଭତାରେ  ମଧ୍ୟ ଅନେକ ଅନୀୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ସିଓ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ଯୋଜନା ବାଟମାରଣା ହେଉଛି ବୋଲି  ଆଜି କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ତଥା ସାମାଜୀକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ସିଓ ମାନଙ୍କୁ ବଦଳୀ କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କମିଶନର ଅନନ୍ୟ ଦାସଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କମିଶନର ତୁରନ୍ତ ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଭୂତି ଭୂଷଣ ବେହେରା, ଶିବ ଚରଣ ଦାସ, ସେକ୍ ମୁନ୍ତାକିମ୍ ବକ୍ସ, ସନ୍ତୋଷ କୁମାର ନାୟକ, ଖୁଲଣା ମାଝି, ଅନିମା ନାୟକ, ଚୈତନ୍ୟ ସାମଲ, ଆରତୀ ବେହେରା, ରବି ଜେନା, ବଳରାମ ନାୟକ, ରୁଷିଆ ନାୟକଙ୍କ ସମେତ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ବହୁ ଗରୀବ ହିତାଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ ।