Odiapua.com

ସିଏଏ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ପ୍ରେରଣ

ବାଲିଗୁଡା, ୭/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ବିଜେପି ନଗର ମଣ୍ଡଳ ତରଫରୁ ସିଏଏ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ବିଜେପିର ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ ନିକଟକୁ ପୋଷ୍ଟ କାର୍ଡ ପ୍ରେରଣ କରାଯାଇଛି।

ଏଥିରେ ବିଜେପି ନଗର ମଣ୍ଡଳର ଆଦିକନ୍ଧ ପଟ୍ଟନାୟକ, ଦିବାକର ସାହୁ, ମୁନା ରଥ, ରଞ୍ଜିତ କୁମାର ସାହୁ, ରମାନନ୍ଦ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ପୋଷ୍ଟ କାର୍ଡ ପ୍ରେରଣ କରିଥିଲେ।