Odiapua.com

ସିଏଏ ତ ବାହାନା; ଶକ୍ତି ପ୍ରଦର୍ଶନ ନିଶାନା !

ଭୁବନେଶ୍ୱର/କଟକ: ସିଏଏ ସମର୍ଥନରେ ବିଜେପି ଦେଶବ୍ୟାପୀ ଆରମ୍ଭ କରିଛି ସମାବେଶ।ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ସିଏଏ ସମର୍ଥନରେ ସମାବେଶ।ଏମିତିରେ ଓଡ଼ିଶା କ୍ଷେତ୍ରରେ ଦେଖିବାକୁ ଗଲେ ଶାସକ ବିଜୁ ଜନତା ଦଳ ସିଏଏକୁ ସମର୍ଥନ ଦେଇସାରିଛି।କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସିଏଏ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ।କିନ୍ତୁ, ସମାବେଶ ସେପରି ଚର୍ଚ୍ଚିତ ନଥିଲା।ରାଜ୍ୟର ଆଉ କିଛି ସ୍ଥାନରେ ମଧ୍ୟ ସିଏଏ ସମର୍ଥନରେ ବିଜେପି କରିଛି କିଛି କାର୍ଯ୍ୟକ୍ରମ।କିନ୍ତୁ କୌଣସି ବି କାର୍ଯ୍ୟକ୍ରମ ଏ’ ପର୍ଯ୍ୟନ୍ତ ସେପରି ଚର୍ଚ୍ଚିତ ହୋଇନାହିଁ, ଯେପରି ଚର୍ଚ୍ଚିତ ହେଲା କଟକ କାର୍ଯ୍ୟକ୍ରମ।୬ ତାରିଖରେ ହେଲା କଟକରେ ସମାବେଶ।କଟକ ସମାବେଶକୁ ରାଜ୍ୟ ସମାବେଶ ପରି କରି ଦିଆଗଲା।କେବଳ କଟକରୁ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଡକାଗଲା।କାରଣ ସିଏଏ ନୁହେଁ।କାରଣ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସିଏଏ ତ’ ବାହାନା ଥିଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ପ୍ରଦର୍ଶନ ନିଶାନା ଥିଲା।ସମାବେଶ ମଧ୍ୟ ବିଶାଳ ଥିଲା।ତେବେ, ରାଜଧାନୀ ଭୁବନେଶ୍ୱରରେ ଏପରି ସମାବେଶ ନକରି କଟକରେ କରାଯିବାର କାରଣ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବୋଲି କୁହାଯାଉଛି।/-ଦେବଦତ୍ତ ରଥ