Odiapua.com

ସିଆରଏଫ ଦ୍ୱାରା ଜନ ସଚେତନତା ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଆୟୋଜିତ

ବାଲିଗୁଡା, ୩/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା। କାରଣ ହେଉଛି ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ। ଆଜିକାର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳ ବାସିଙ୍କୁ ବୁଝାଇଥିଲେ। ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ। ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାତା, ପେନ, ପେନସିଲ, ରବର ଏବଂ ଚକଲେଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ତୁମୁଡିବନ୍ଧ ବ୍ଲକର ନକ୍ସଲ ପ୍ରବଣ ଅଞ୍ଚଳ ବେଲଘର, ମାଦାଗୁଡା, ଦେଓଗଡ଼, ଓ କାଦପାନା ଗ୍ରାମବାସୀ ଉପକୃତ ହୋଇ ପାରିବେ। ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ।