ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ବଜେଟ୍ ବିରୁଦ୍ଧରେ ସିଆଇଟିୟୁ, ଓଡିଶା କ୍ଷେତମଜଦୂର ୟୁନିୟନ , ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମିଳିତ ଭାବେ ଭଦ୍ରକ ଷ୍ଟେଟ ବ୍ୟାଙ୍କ ଛକଠାରେ ଏକ ପ୍ରତିବାଦ ସଭା ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପଥପ୍ରାନ୍ତ ସଭା ରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜାତୀୟ ସଂପାଦିକା ତାପସୀ ପ୍ରହରାଜ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ସଂପାଦକ ନିର୍ମଳ ନାୟକ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ଯେନା, ମହିଳା ନେତ୍ରୀ ମିନତୀ ଦାସ, ମହିଳା ନେତ୍ରୀ ଶାନ୍ତିଲତା ବେହେରା, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ,ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ସହ ସଂପାଦକ ବିଷ୍ଣୁ ଚରଣ ଦାଶ, ସିଆଇଟିୟୁ ଜିଲ୍ଲା ଅନ୍ୟତମ ଉପସଭାପତି ମଳୟ ଭୋଇ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ,ବୀମା କର୍ମଚାରୀ ନେତା ନବକିଶୋର ବେହେରା ପ୍ରମୁଖ ବକ୍ତବ୍୍ୟ ପ୍ରଦାନ କରି କେନ୍ଦ୍ର ସରକାର ଙ୍କ ବଜେଟ୍ ଶ୍ରମିକ ଓ ମହିଳା ବିରୋଧୀ ବୋଲି ମତବ୍ୟକ୍ତ କରିଥିଲେ । ଆସନ୍ତା ଅପ୍ରେଲ ପହିଲାରେ ଯଦି କେନ୍ଦ୍ର ସରକାର ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଲାଗୁ କରନ୍ତି ତେବେ ଭଦ୍ରକ ରେ ଏହି ଶ୍ରମକୋର୍ଡ ବିରୁଦ୍ଧରେ ଜୋରଦାର ଲଢେଇ ହେବ ବୋଲି ଉପସ୍ଥିତ ନେତୃତ୍ୱ ଚେତାବନୀ ଦେଇଥିଲେ ।