Odiapua.com

ସିଆଇଏ ମୁଖ୍ୟ ହେବାକୁ ନାଁ!

ଭୁବନେଶ୍ୱର;୦୮,୦୫,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏର ପ୍ରମୁଖ ପଦ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ମନୋନୀତ ଗୀନା ଚେରୀ ହାସ୍ପେଲ ମନା କରିଦେଇଥିବା ଜଣାପଡ଼ିଛି।ଗୀନା ଏବେ ସିଆଇଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।ସିନେଟର ଗୁପ୍ତଚର ସମିତି କରିବାକୁ ଥିବା କିଛି ପ୍ରଶ୍ନକୁ ଏଡ଼ାଇବା ପାଇଁ ଗୀନା ଏପରି ନିଷ୍ପତି ନେଇଥିବା କୁହାଯାଉଛି।ଯେଉଁ ପ୍ରଶ୍ନର ଉତ୍ତର ଆମେରିକା ଗୁପ୍ତଚର ସଂସ୍ଥାକୁ କ୍ଷତି ପହଞ୍ଚାଇ ପାରେ ବୋଲି ଅନୁମାନ କରାଯାଉଛି।