Odiapua.com

ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ ବଡ଼ୁଆ ଡ଼ାକିବା ମନା

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଶ୍ରୀମନ୍ଦିର କିମ୍ବା ପାର୍ଶ୍ୱବର୍ତ୍ତୀ କୌଣସି ସ୍ଥାନରେ ମଧ୍ୟ ବଡ଼ବଡ଼ୁଆ ଡ଼ାକ ଶୁଭିବନି କି କାଉଁରିଆ କାଠି ଜଳିବନି। ପୁରୀ ବାହର ଲୋକତ ଦୂରର କଥା ପୁରୀ ସହରବାସୀ ମଧ୍ୟ ଶ୍ରୀମନ୍ଦିର ଅଞ୍ଚଳକୁ ଆସି ବଡ଼ବଡ଼ୁଆ ଡ଼ାକି ପାରିବେନି କି କାଉଁରିଆ କାଠି ଜାଳିପାରିବେନି। ସମସ୍ତେ ନିଜ ନିଜ ଘରେ ରହି, ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ଉଭୟ ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ହୋଇଥିବା କେବଳ ଏମାର ମଠ ପାର୍କିଙ୍ଗ କିମ୍ବା ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଅଞ୍ଚଳରେ କୋଭିଡ଼୍‌୧୯ କଟକଣାକୁ ପାଳନ କରି ପ୍ରୟା ଶ୍ରାଦ୍ଧ କରିପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।