Odiapua.com

ସିଂହଦ୍ୱାର ନୂତନ ବ୍ୟାରିକେଡ୍ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ

ପୁରୀ, ୨୬/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଧାଡି ଦର୍ଶନ ପାଇଁ ହୋଇଥିବା ପୁରୁଣା ବ୍ୟାରିକେଡ ଆଉ କେଇ ଘଂଟା ମଧ୍ୟରେ ହଟିଯିବ। ୧୨୦ ଫୁଟ ଲମ୍ବ ନୂତନ ବ୍ୟାରିକେଡ ର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଚି। ୨୦ଟି ଲୁହା ଖୁଂଟ ଉପରେ ଠିଆ ହୋଇଛି ଏହି ବ୍ୟାରିକେଡ। ଖୁଂଟ ଉପରେ ପଡିଛି ଲୁହାଦଣ୍ଡା।ତଣ୍ଡ ଉପରେ ରହିଛି ବ୍ୟାରିକେଡ ଛାତପାଇଁ ଉଦ୍ଦିଷ୍ଠ ଲୁହା ଫ୍ରେମ। ନୂତନ ବର୍ଷ ପ୍ରବେଶ ବ୍ୟାରିରେଡ ଶ୍ରୀନଅର ଠାରୁ ଆରମ୍ବ ହୋଇଛି। ବ୍ୟାରିକେଡ ର ପ୍ରବେଶ ପଥ ଦେଇ ଶ୍ରଦ୍ଧାଳୁ ଭକ୍ତମାନେ ସିଂହଦ୍ୱାର ଅଭିମୁଖେ ଯାତ୍ରା କରିବେ। ସିଂହ ଦ୍ୱାର ପ୍ରବେଶ ନୂତନ ବ୍ୟାରିକେଡ କୁ ସୌନ୍ଦର୍ଯ କରଣ କାର୍ଯ ଚାଲିଛି। ସେହିଭଳି ବ୍ୟାରକେଡ ଡାହାଣ କଡ ନୋପାର୍କିଇ ଯୋନରେ ଚିତ୍ରକାର ମାନେ ଆକର୍ଷଣୀୟ ଚିତା ଆଙ୍କିଛନ୍ତି। ନୂତନ ବ୍ୟାରିକେଡ ଭିତରେ ୧୦ରୁ ଉଦ୍ଦ୍ ପ୍ରବେଶ ପଥ ରହିଛି। ନୂଆ ବର୍ଷ ଠାରୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବ୍ୟାରିକେଡ ଦେଇ ସିଂହଦ୍ୱାର କୁ ଯାଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।