ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଗୁରାଇସ୍ଥିତ ଲକ୍ଷ୍ମୀଦେବୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଗମ୍ଭୀର ସାହିତ୍ୟ ସଭା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ଡ. ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ସାହିତ୍ୟିକ ବଙ୍ଗାଳି ନନ୍ଦ, ଅଶୋକ ମହାନ୍ତି, ମାନସୀ ଦାସ, ଲକ୍ଷ୍ମୀପ୍ରିୟା ଓଝା, ଡ.ବାସନ୍ତି ମହାନ୍ତି, ଶର୍ମିଷ୍ଠା ମହାପାତ୍ର, ଶ୍ରୀଧର ବାରିକ ପ୍ରମୁଖ ସାହିତ୍ୟ ଓ ସଂସ୍କୃତିର ବିକାଶରେ ସାହିତ୍ୟିକ ମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ସାହିତ୍ୟ ସାଧନା ଓ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଭ୍ରମଣ ସାହିତ୍ୟିକ ବିବେକାନନ୍ଦ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରିୟବ୍ରତ ପାତ୍ରଙ୍କ ସଚାଂଳନରେ ଲକ୍ଷ୍ମୀପ୍ରିୟା ଓଝା ମାନପତ୍ର ପାଠ ଓ ଶେଷରେ ଶର୍ମିଷ୍ଠା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୁଧନ୍ୟା ପାଣିଗ୍ରାହୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।