Odiapua.com

ସାହିତ୍ୟ ସଂସ୍କୃତି ଅନୁଷ୍ଠାନ “ଆମେ” ଆନୁକୂଲ୍ୟରେ କବି ବାଞ୍ଛାନିଧି ଜୟନ୍ତୀ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୬ତମ ପୂଣ୍ୟ ଜୟନ୍ତୀ ଭଦ୍ରକର ପ୍ରମୁଖ ସାହିତ୍ୟି ଓ ସାଂସ୍କୃତିକ ଅନୁଷ୍ଠାନ “ଆମେ’ ପକ୍ଷରୁ ଅନୁଷ୍ଠିତ ଅମାବାସ୍ୟା ଆସରରେ ପାଳିତ ହୋଇଯାଇଛି । ଭଦ୍ରକ ମହାବିଦ୍ୟାଳୟ ନିକଟସ୍ଥ ପ୍ରଜ୍ଞା ପୀଠ ଠାରେ “ଆମେ”ର ପ୍ରତିଷ୍ଠାତା ପ୍ର. ଅଟଳ ବିହାରୀ ନାୟକଙ୍କ ସଂଚାଳନାରେ ଓ ଅନୁଷ୍ଠାନର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବାସୁଦେବପୁର ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ବିଷ୍ଣୁମୋହନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଡ. ଭାନୁମତି ମାଟିଆ ଓ ପଣ୍ଡିତ ଦୟାନିଧି ମିଶ୍ର ଯୋଗଦେଇ କବି ସ୍ୱର୍ଗତ ମହାନ୍ତିଙ୍କ କବିତା କିପରି ଭାବେ ସ୍ୱାଧିନତା ସଂଗ୍ରାମକୁ ନୂତନ ମୋଡ ଦେଇଥିଲା ତାହା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁଳ ମଞ୍ଜରୀ ଶିଶୁ ମନ୍ଦିରର ସମ୍ପାଦକ ତଥା ସେବା ନିବୃତ୍ତ ବ୍ୟାଙ୍କ ଅଧିକାରୀ ବସନ୍ତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁଧିର ଜେନା, ପ୍ର. କୃପାସିନ୍ଧୁ ମହାନ୍ତି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ପୁରୁଷୋତ୍ତମ ଓଝା, ଫେକର କମ୍ପାନୀର ପ୍ରାକ୍ତନ ଡିଜିଏମ ଗଙ୍ଗାଧର ମଲ୍ଲିକ, ନାଟ୍ୟ ସଂଯୋଜକ କାଳନ୍ଦୀ ମଲ୍ଲିକ, ଅରୂପ ନାୟକ, ରଜତ ସାହୁ, ଶିବାନନ୍ଦ ଦାସ, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ଅମିତ ନାୟକଙ୍କ ସମେତ ଭଦ୍ରକ ମହାବିଦ୍ୟାଳୟର ବହୁ ବାଞ୍ଛାନିଧି ପ୍ରେମୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂଜୟ ଚକ୍ରବର୍ତ୍ତୀ, ମାଧବୀଲତା ନାୟକ, ତନୁଶ୍ରୀ ନାୟକ, ଆଦ୍ୟାଶା ନାୟକ, ଆରାଧନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, କବିଙ୍କ ପ୍ରିୟ ସଗୀତ ‘କି ହେବ ଏ ସ୍ୱରାଜ ଘେନି’, ‘ଗାଓ ସ୍ୱାଧିନ ସ୍ୱାଧିନ ଭାରତ, ସ୍ୱାଧିନ ସ୍ୱାଧିନ ସ୍ୱାଧିନରେ’ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।