Odiapua.com

ସାହିତ୍ୟ ସଂସଦର କବିତା ପାଠ ଓ ଆଲୋଚନା ଚକ୍ର

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତ ପକ୍ଷରୁ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ପରିସରରେ ଆଜି କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ସୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ସାଇ ଚେତନା ସାହିତ୍ୟ ସଂସଦର ସମ୍ପାଦକ ଚର୍ତୁଭୂଜ ପହି ମଞ୍ଚାସିନ ହୋଇ ସାହିତ୍ୟ କାଳଜୟୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ପଣ୍ଡା, ରତ୍ନାକର ଦାସ, ଆଲୋକ ମୁଖାର୍ଜୀ, ଗୟାଧର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସାହିତ୍ୟିକ ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨୪ ତାରିଖରେ ସଂସଦର ବାର୍ଷିକ ଉତ୍ସବ ପାଳନ ନେଇ ଆଲୋଚନା କରାଯାଇଥିଲା । ଶିକ୍ଷକ ରମାକାନ୍ତ ଜେନାଙ୍କ ସଂଯୋଜନାରେ ସୁବୋଧ କୁମାର ସାହୁ, ରମେଶ ଗାହାଣ, ଜଗନ୍ନାଥ ପାତ୍ର, ଭାଗବତ ସାହୁ, ଚର୍ତୁଭୂଜ ପହି, ନାରାୟଣ ଚନ୍ଦ୍ର ଲେଙ୍କା, ସୁକାନ୍ତ ବେହେରା, ଗୌରାଙ୍ଗ ଚରଣ ଖିଲାର ଓ ରମାକାନ୍ତ ଜେନା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ନେଇ ସମୂହ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ମହେଶ୍ୱର ଜେନା, ଶ୍ରୀଧର ଜେନା, ବୁଧଦେବ ଦାସ, ଦାମୋଦର ଜେନା ପ୍ରମୁଖ ସହଯୋଗ କରିଥିଲେ ।