Odiapua.com

ସାହିତ୍ୟିକ, ଶିକ୍ଷାବିତ୍‌, ବେଦଜ୍ଞ ପଣ୍ଡିତ ନରାୟଣ କରଙ୍କ ପରଲୋକ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବୀଣ ବେଦ କର୍ମକାଣ୍ଡବିତ୍‌, ଛାତ୍ରବତ୍ସଳ ଶିକ୍ଷକ, ସାହିତ୍ୟିକ, ଅଭିନେତା ନାରାୟଣ ପ୍ରସାଦ କରଙ୍କର ଗତକାଲି ରାତିରେ ପରେଲାକ ହୋଇ ଯାଇଛି । ୧୯୪୦ମସିହାରେ ଭଦ୍ରକ ଶଙ୍ଖୋରୋ ଗ୍ରାମରେ ଜନ୍ମିତ ନାରାୟଣ ଶିକ୍ଷକତାରୁ ବୃତ୍ତି ଆରମ୍ଭ କରିଥିଲେ ହେଁ ସେ ଜଣେ ନୈଷ୍ଠିକ କର୍ମକାଣ୍ଡବିତ୍ ପଣ୍ଡିତ ଭାବେ ବେଶ୍ ଖ୍ୟାାତି ଅର୍ଜନ କରିଥିଲେ । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ଗୀତିକବିତା, କବିତା, ପ୍ରବନ୍ଧ, ନାଯକ, ପାଳଶ ସଂଗୀତ ଆଦି ରଚନା କ୍ଷେତ୍ରରେ ବେଶ୍ ପାରଦର୍ଶିତା ଲାଭ କରିଥିଲେ । ବହୁ ନାଟକରେ ନିଜେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ବାସ୍ତୁଶାସ୍ତ୍ରରେ ମଧ୍ୟ ତାଙ୍କର ଆଗଧ ପାଣ୍ଡିତ୍ୟ ରହିଥିଲା । ସେ ବହୁ ସମ୍ମାନରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ । ଗତକାଲି ରାତିିରେ ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁତ୍ର ଅଧ୍ୟାପକ ନିହାର ରଂଜନ କର, ନୀରଜ ରଂଜନ କର, ନୟନ ରଂଜନ କର, କନ୍ୟା ଅନିମା ପଣ୍ଡା, ପୁତ୍ରବଧୂ ଦୀପାଳୀ, ସରୋଜିନୀ, ଜ୍ୟୋତ୍ସ୍ନାରାଣୀ, ଜାମାତା ନିରଞ୍ଜନ ପଣ୍ଡାଙ୍କ ସମେତ ପରିବାରବର୍ଗ ନାତି ନାତୁଣୀମାନେ ଉପସ୍ଥିତ ଥିଲେ ।