Odiapua.com

ସାହିତ୍ୟିକ ଡ. ମହେଶ୍ୱର ଦାସଙ୍କ ଶ୍ରାଦ୍ଧ ଉତ୍ସବ,ପୁରୁଣା ସ୍ମୃତିକୁ ମନେପକାଏ ହାତଲେଖା ଚିଠିର ଅକ୍ଷର

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏବେ କମ୍ପ୍ୟୁଟର ଆଉ ମୋବାଇଲ ଯୁଗ। କମ୍ପୁଟର ଓ ମୋବାଇଲରେ ସ୍ମୃତିକୁ ସାଇତି ରଖିବା ଦୀର୍ଘସ୍ଥାୟୀ ହୋଇପରେନା।କେବଳ ପୁରୁଣା ସ୍ମୃତିକୁ ମନେପକେଇଦିଏ ଚିଠିର ଅକ୍ଷର । ଯାହାକି ଡ଼. ମହେଶ୍ୱର ଦାସଙ୍କ ଚିଠି ଆଜି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ରଖିପାରିଛି ବୋଲି ସାହିତ୍ୟିକ ଡ଼. ମହେଶ୍ୱର ଦାସଙ୍କ ୧୬ତମ ଶ୍ରାଦ୍ଧ ଉତ୍ସ୍ୱରେ ମୁଖ୍ୟ ଅତିଥି ତଥା ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଯୋଗଦେଇ ବିଶିଷ୍ଟ କବି ଡ଼.ଶଶୀ ଭୂଷଣ ରଥ କହିଛନ୍ତି।ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗୁଆମାଳ ପଂଚାୟତ ଅଧୀନ ଈଶାଣପୁର ସ୍ଥିତ ଅନନ୍ତ ଆଶ୍ରମରେ ଡ଼ ମହେଶ୍ୱର ଦାସ ସ୍ମୃତି ସଂସଦ ପକ୍ଷରୁ ଆଜି ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ମନୋଜ ମହାପାତ୍ର ପୌରୋହିତ୍ୟ କରି କହିଥିଲେ ଯେ,ପରସ୍ପର ମଧ୍ୟରେ ସାହିତ୍ୟ ପ୍ରେମ ରହିଲେ ସାହିତ୍ୟ ରୁଦ୍ଧିମନ୍ତ ହୋଇପାରିବ। ଯାହାର ଗାଁ ଓ ପରିବାର ପ୍ରେମ ରହିଛି ତାହାର ଦେଶ ପ୍ରେମ ରହିବବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ସାହିତ୍ୟ ଶକ୍ତି ସଂଚାରର କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ସମ୍ନାନିତ ଅତିଥି ଭାବେ ପଣ୍ଡିତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା, ବରିଷ୍ଠ କବି ଦୀନବନ୍ଧୁ ପତି, ସାମାଜସେବୀ କିଶୋର ପୁହାଣ ଯୋଗ ଦେଇ ଡ଼.ମହେଶ୍ୱର ଦାସ ଜଣେ ନିରବ ସାହିତ୍ୟ ସାଧକ ଥିଲେବୋଲି କହିଥିଲେ । ଏହି ଅବସରରେ ବିଶିଷ୍ଟ କବି ଶଶିଭୂଷଣଙ୍କୁ ମହେଶ୍ୱର ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷକ ମନ୍ମଥ ଦାସ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସାହିତ୍ୟିକ ସ୍ୱର୍ଗତ ଦାସଙ୍କ ଚିତ୍ର ଅଙ୍କିଥିବା ଛାତ୍ର ସତ୍ୟପ୍ରକାଶ ମୁଦୁଲିଙ୍କ ସମେତ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ମାୟାଧର ସାହୁ ଶ୍ଳୋକ ପାଠ, ସାମାଜସେବୀ ଭରତ ଚନ୍ଦ୍ର ସାହୁ ମାନପତ୍ର ପାଠ କରିଥିଲେ । ଜ୍ଞାନପ୍ରଭା ଦାସ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲା ବେଳେ ପ୍ରଶାନ୍ତ ମୁଦୁଲି ସହଯୋଗ କରିଥିଲେ । ଏହି ଅବସରରେ କବି ଦୀନରଞ୍ଜନ ପାଢ଼ୀଙ୍କ ସଂଯୋଜନାରେ କବିତା ପାଠ କରିଥିବା କବି ଡ.ଅମୂଲ୍ୟ ସେନାପତି, ବୈକୁଣ୍ଠ ନାଥ ଓଝା, ରମାକାନ୍ତ ଦାସ, ସରୋଜ କୁମାର ଦାସ, ହରେକୃଷ୍ଣ ଜେନା, ଭାଗବତ ସାହୁ ପ୍ରମୁଖଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବଂଶୀଧର ଦାସ, ଶ୍ରୀନାଥ ମଳିକ, ଭାଗବତ ପତି, ପ୍ରମୋଦ ନାୟକ, କଲାମ ଖାଁ, ଅଜୟ ପ୍ରଧାନ, ଦୁର୍ଗା ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସରୋଜ କୁମାର ଓଝା ଧନ୍ୟବାଦ ଦେଇଥିଲେ । ସଂସଦ ପକ୍ଷରୁ ରବି ନାରାୟଣ ବେହେରା, ବାଞ୍ଛାନିଧି ଦାସ, ପ୍ରଫୁଲ୍ଲ ଦାସ, ଘନଶ୍ୟାମ ଦାସ, ଗୋକୁଳାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।