Odiapua.com

ସାହାସପୁର ଠାରେ ନୂତନ ମଦଦୋକାନକୁ ବିରୋଧ କରି ଗ୍ରାମବାସୀ ଓ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କ ରାସ୍ତା ରୋକ

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ଧୂଷୁରୀ ଥାନା ଅନ୍ତର୍ଗତ ସାହାସପୁର ତାରିଣୀ ମନ୍ଦିର ନିକଟରେ ସରକାରଙ୍କ ପକ୍ଷରୁ ନୂତନ ମଦଦୋକାନ ଖୋଲିବାପାଇଁ ଅନୁମତି ଦିଆଯିବାପରେ ସମ୍ପୃକ୍ତ ମାଲିକ ସେଠାରେ ଆଜି ମଦଦୋକାନ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମାଟି ପକାଉଥିବାବେଳେ ସ୍ଥାନୀୟ ଅଂଚଳର ଗ୍ରାମବାସୀ ଓ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ପହଂଚି ଉକ୍ତ କାର୍ଯ୍ୟକୁ ବିରୋଦ୍ଧ କରିବା ସହିତ ଏଠାରେ ମଦଦୋକାନ ଖୋଲାଗଲେ ଭୟାନକ ପରିସ୍ଥିତି ସୃଷ୍ଟି ହେବବୋଲି ଚେତାବନି ଦେଇ ରାସ୍ତାରୋକ କରିଥିଲେ । ପ୍ରକାଶ ଥାଉକି ଯେଉଁଠାରେ ମଦଦୋକାଦ ଖୋଲାଯାଉଛି ତାହା ସାହସପୁର, ବମକୁରା ଓ ଦେଉଳଡ଼ିହ ପଂଚାୟତ ଓ ରାଜସ୍ୱ ଗ୍ରାମର ଅବସ୍ଥିତ ଏବଂ ଧୂଷୁରୀ- ଦପାନାୟାକାଣୀ ରାସ୍ତା ଯାହାକି ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଛି ସେହି ରାସ୍ତା କଡ଼ରେ ଏବଂ ଏହି ମଦଦୋକାନ ନିକଟରେ ସାହାସପୁରୁ ଉଚ୍ଚ ବିଦ୍ୟାଳୟ ଅନତୀ ଦୂରରେ ମା’ ତାରିଣୀଙ୍କ ମନ୍ଦିର ଏବଂ ଗାଁ ନିକଟରେ ଏହି ମଦଦୋକାନଟି ଖୋଲା ଯାଉଥିବାରୁ ଏହାକୁ ମହିଳାମାନେ ବିରୋଦ୍ଧ କରିଛନ୍ତି । ଅପରପକ୍ଷେ ସେଠାରେ ପୂର୍ବରୁ ଏକ ମଦଦୋକାନ ଥିବାବେଳେ ସେଠାରେ ମଦ୍ୟପ ମାନେ ଚାଷଜମିରେ ମଦ୍ୟପାନ କରି ବୋତଲ ପକାଉଥିଲେ । ଯାହା ଫଲରେ ଚାଷବେଳେ ଅନେକ ଚାଷୀ ଖଣ୍ଡିଆ ଖାବରା ହେଉଥିଲେ । ସ୍ଥାନୀୟ ଲୋକମାନେ ବିରୋଦ୍ଧ କରିଥିଲେ । ହେଲେ ସରକାରଙ୍କ ନିୟମ ଅନୁଯାୟୀ ସେଠାରୁ ମଦଦୋକାନ ଉଠିଯାଇଥିଲା । ଏବଂ ନୂଆ ଟେଣ୍ଡର ହୋଇଥିଲା । ଏଥିରେ ପୁଣି ସେଠାରେ ଏହି ନୂତନ ମଦଦୋକାନ ଖୋଲିବାପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ ।

ଆଜି ସାହାସପୁର, ବମକୁରା, ଦେଉଳଡ଼ିହ ଆଦି ଅଂଚଳର ୩୦ରୁ ୨୫ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା, ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନେ ଧୂଷୁରୀ- ଦପାନାୟାକାଣୀ ରାସ୍ତାର ସାହାସପୁରୁ ନିକଟସ୍ଥ ତାରିଣୀ ଛକଠାରେ ଦୀର୍ଘ ୫ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ତୁରନ୍ତ ଏଠାରୁ ମଦଦୋକାନ ଟିକୁ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ । ଖବରପାଇ ଧାମନଗର ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର, ଧୂଷୁରୀ ଥାନାଅଧିକାରୀ ପ୍ରଫୁଲ୍ଳ କୁମାର ସିଂ, ଏଏସ୍‌ଆଇ ଧୃତରାଷ୍ଟ୍ର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାସୁଝା କରିଥିଲେ ଏବଂ ଏନେଇ ଉକ୍ତ ଅଂଚଳର ଏକ ପ୍ରତିନିଧି ଦଳଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ହେବବୋଲି ଏସ୍‌ଡ଼ିପିଓ ଶ୍ରୀ ମହାପାତ୍ର ସୂଚନା ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ମହିଳାମାନେ ଏହି ଆନ୍ଦୋଳନରୁ ଓହରିଥିଲେ । ଯଦି ଏଠାରେ ପରବର୍ତ୍ତି ସମୟରେ ମଦଦୋକାନ ଖୋଲାଯାଏ ତେବେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବବୋଲି ସ୍ୱୟଂସହାୟିକା ଗୋଷ୍ଠୀ ଚେତାବନି ଦେଇଥିଲେ । ତେବେ ଦୀର୍ଘ ୫ଘଣ୍ଟା ଧରି ଏହି ରାସ୍ତା ରୋକ ହେବାଦ୍ୱାରା ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏବଂ ତୁରନ୍ତ ଏଠାରୁ ମଦଦୋକାନ ହଟା ନଗଲେ ଏକ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ମାନେ ମଧ୍ୟ ଦାବି କରିଛନ୍ତି । ସରକାର ଏଠାରେ ଏହି ମଦଦୋକାନ ଖୋଲିବା ପାଇଁ ଯେଉଁ ନିଷ୍ପତ୍ତି ନେଲେ ତାହା ସ୍ଥାନୀୟ ଲୋକଙ୍କ ମତାମତ ନିଆଯାଇ ନଥିବାବେଳେ ସ୍ଥାନୀୟ ସରପଂଚଙ୍କର ମଧ୍ୟ ମତାମତ ନିଆ ନଯାଇ ପ୍ରଶାସନ ଯୋର ଜବରଦସ୍ତ ଏଠାରେ ନୂତନ ମଦଦୋକାନ ଖୋଲିବାପାଇଁ ନିର୍ଦ୍ଦେଶ ଦେଇଥିବାରୁ ସ୍ଥାନୀୟ ସାହାସପୁରୁ ସରପଂଚ ଅନିରୁଦ୍ଧ ସାହୁ ଏହି ମଦଦୋକାନକୁ ବିରୋଧ କରି ଧୂଷୁରୀ ଥାନା ଅଧିକାରୀ ସମେତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିବା ସହିତ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନି ଦେଇଛନ୍ତି ।