Odiapua.com

ସାହାରପଡା ଫାଣ୍ଡି ଘେରିଲେ ତୋଣ୍ଡ ଗ୍ରାମବାସୀ

ପାଟଣା ୩୧-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) -କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତୋଣ୍ଡ ଗ୍ରାମରେ ଦେଶୀ ଓ ବିଦେଶୀ ମଦ କାରବାର ଵୃଦ୍ଧିକୁ ବନ୍ଦ ଦାବିରେ ଶୁକ୍ରବାର ଗ୍ରାମର ଶତାଧିକ ମହିଳା ସାହାରପଡା ଫାଣ୍ଡି ଘେରାଉ କରିଛନ୍ତି। ଆଗରୁ ବାରମ୍ବାର ଏ ଅଞ୍ଚଳରେ ମଦ କାରବାର ଅଭିଯୋଗ ହେଉଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଆଜି ଫାଣ୍ଡି ଘେରାଉ କରିଛନ୍ତି ଶତାଧିକ ମହିଳା।

ଖୁବ ଶିଘ୍ର ମଦବିକ୍ରି ବନ୍ଦ ଏବଂ ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଓ ପାଟଣା ଥାନା ଅଧିକାରୀ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।