Odiapua.com

ସାହାଡାପଲ୍ଲୀ,ଓଳମ ଓ ଜିରିଣା ରାସ୍ତା ନିର୍ମାଣ କେବେ? ଭିତିିି ପ୍ରସ୍ତରକୁ ୫ ମାସ ପୂରିବ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨ଟି ପଚାଂୟତର ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଟି ରାସ୍ତାକୁ ଆଜକୁ ୪ ମାସ ପୂର୍ବେ ଭଦ୍ରକ ସାଂସଦ ଓ ଭଣ୍ଡାରିପୋଖରୀ ବିଧାୟକଙ୍କ ଦ୍ୱାରା ଶୁଭ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାରମ୍ଭ ନ ହେବା ନେଇ ଅସନ୍ତୋଷ ଦେଖାଦେଇଛି । ନିଳୋକ ପଚାଂୟତରେ ୪ କୋଟି ୨୩ ଲକ୍ଷ ୫୬ ହଜାର ଟଙ୍କା ଅଟକଳ ମୂଲ୍ୟରେ ୪.୯ କି.ମି ଦୈର୍ଘ୍ୟ ବିଶିଷ୍ଟ ସାହାଡାପଲ୍ଲୀ ପୂର୍ତ ବିଭାଗ ରାସ୍ତା ଠାରୁ ଓଳମ ରେବ ନଦୀ ଭାୟା ତାଳବାଙ୍କ ମୁଣ୍ଡାସାହି ଏବଂ ଆଡିଆ ପଚାଂୟତରେ ୩ କୋଟି ୩୬ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ରେ ୩ କି.ମି ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ରାସ୍ତା ଆଡିଆ ଠାରୁ(ଗୋହିରା ଛକ)ଭାୟା ଜିରିଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିିି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଆଶା ଥିଲା ଖୁବଶୀଘ୍ର ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଅଚଂଳବାସୀ ଗମନାଗମନ କ୍ଷେତ୍ରରେ ଉପକୃତ ହେବେ । ସାହାଡାପଲ୍ଲୀ,ଓଳମ ରାସ୍ତା କାର୍ଯ୍ୟ ଆରମ୍ଭ ନ ହେବାରୁ ନିଳୋକ, ପଧାନପଡା ପଚାଂୟତର ସାହାଡାପଲ୍ଲୀ, ତାଳବାଙ୍କ, ଓଳମ, ପଦାକଣା,ପଧାନପଡା, ନିମପଲ୍ଲୀ ଆଦି ଗ୍ରାମବାସୀ ଯାତାୟତରେ ଅସୁବିଧା ଭୋଗ କରି ଆସୁଛନ୍ତି । ସେହିପରି ଆଡିଆ ପଚାଂୟତର ଗୋହିରାଛକ ଠାରୁ ଆଡିଆ ଜିରିଣା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ନାହିଁଁ । ଫଳରେ ସଂପୃକ୍ତ ଅଚଂଳର ଆଡିଆ, ପଦୀ, କୁଆଁର୍ଦା, କଳାପାହାଡ, ଜିରିଣା, ବରଗଢିଆ, ସରମରା, ଓଡଙ୍ଗ ଆଦି ଗ୍ରାମବାସୀ ଗମନା ଗମନ କ୍ଷେତ୍ରରେ ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତାଟିକୁ ନିର୍ମାଣ ପାଇଁ ଅଚଂଳବାସୀଙ୍କ ଦୀର୍ଘ ଦାବି ପରେ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି । ଉପରୋକ୍ତ ରାସ୍ତା ଦ୍ୱୟର ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ ଅଚଂଳବାସୀ ଦୃଢ ଦାବି କରିଛନ୍ତି । ତେବେ ଧାନ ଅମଳ କାର୍ଯ୍ୟ ଚାଲିଥିବା ଏବଂ ରାସ୍ତା ଦଖଲ ସମସ୍ୟା ପାଇଁ ଉଭୟ ରାସ୍ତା କାର୍ଯ୍ୟାରମ୍ଭ ବିଳମ୍ବ ଘଟୁଛି ବୋଲି ଠିକାଦାର ଦ୍ୱୟ କହିଛନ୍ତି ।