Odiapua.com

ସାଳନ୍ଦୀ ସହର ସ୍ତରୀୟ ମହାସଂଘର ଦ୍ୱିତୀୟ ବାର୍ଷୀକ ଉତ୍ସବ, ମହିଳା ସଶକ୍ତିକରଣ କ୍ଷେତ୍ରରେ ମହାସଂଘ ଦାୟିତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ସାଳନ୍ଦୀ ସହର ସ୍ତରୀୟ ମହାସଂଘ(ସିଏଲଏଫ)ର ଦ୍ୱିତୀୟ ବାର୍ଷୀକ ଉତ୍ସବ ମହାସଂଘର ସଭାପତି ଉର୍ମିଳା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ର. ଅଟଳ ବିହାରୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଉଦଘାଟକ ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ମାନିତ ଅତିଥି ଭାବେ ସଂଜିବ ମଲ୍ଲିକ, ବରିଷ୍ଠ ଅଧିବକ୍ତା ଆଜୀବନ ସଂଗ୍ରାମୀ ନିରାକାର ଜେନା, ବରେଣ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ପ୍ରମୁଖ ଉଦବୋଧନ ଦେଇ ମହୌିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଧାୟକ ତଥା ଏଆଇସିସିଟିୟୁର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ ନିଜ ଅଭିଭାଷଣରେ ସାବିତ୍ରୀ ବାଇ ଫୁଲେ, ଫାତିମା ଶେଖ ଉଭୟ ମହିଳାମାନଙ୍କୁ ଶିକ୍ଷିତ କରିବାକୁ ତାଙ୍କର କାର୍ଯ୍ୟ ଆରମ୍ଭ କରିବା ସମୟରେ ଜନଆକ୍ରୋଶର ଶୀକାର ହୋଇଥିଲେ। ଏଥିରେ ନିବୃତ ରହିବା ପାଇଁ ସେମାନଙ୍କୁ ମଧ୍ୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିଲା। ସେମାନଙ୍କ ସେହି ବଡ଼ ଉଦାରତା ପାଇଁ ଭଦ୍ରକ ସାଳନ୍ଦୀ ସ୍ତରୀୟ ମହାସଂଘ ସଦସ୍ୟାଙ୍କୁ ପ୍ରେରଣା ଯୋଗାଇବ।

ଏହାବ୍ୟତୀତ ସେମାନଙ୍କ ପ୍ରେରଣା ସମାଜକୁ ନିଶା କବଳରୁ ମୁକ୍ତ କରିବା ଦିଗରେ ଆନ୍ଦୋଳନ କରିବାକୁ ସମସ୍ତଙ୍କୁ ସାହସ ଯୋଗାଇବ ବୋଲି କହିଥିଲେ। ମହାସଂଘର ସଂପାଦିକା ଜୟନ୍ତୀ ବିଶ୍ୱାଳ ବାର୍ଷୀକ ବିବରଣୀ ପାଠ କରିଥିଲେ। ସେ ନିଜ ବିବରଣୀରେ ଭଦ୍ରକ ଓ ବାସୁଦେବପୁର ପୌରପାଳିକା ସମେତ ଧାମନଗର ଓ ଚାନ୍ଦବାଲି ଏନଏସି ଅଧିନରେ କାର୍ଯ୍ୟରତ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ନେତୃତ୍ୱଙ୍କୁ ମାସିକ ପାରିଶ୍ରମିକ ବାବଦ ୫ହଜାର ଟଙ୍କ ପ୍ରଦାନ, ପରିଚୟପତ୍ର ପୋଷାକ ବାବଦକୁ ୨ହଜାର ଟଙ୍କା ପ୍ରଦାନ, ଗୋଷ୍ଠି ସଦସ୍ୟାଙ୍କୁ ପରିଚୟପତ୍ର ପ୍ରଦାନ ସହିତ ବର୍ଷକୁ ପୋଷାକ ପାଇଁ ୨ହଜାର ଟଙ୍କା ପ୍ରଦାନ କରିବା, ଗୋଷ୍ଠିର ସୁପରିଚାଳନା ପାଇଁ ସ୍ମାର୍ଟ ଫର୍ମ ପ୍ରଦାନ ଏବଂ ନେତୃତ୍ୱମାନଙ୍କୁ ଫୋନ ବାବଦକୁ ମାସିକ ୫ଶହ ଟଙ୍କା ପ୍ରଦାନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାସଂଘ ପାଇଁ ଏକ ଗୃହ ଯୋଗାଣ, ସମସ୍ତଙ୍କ ନିରାପତ୍ତା ପାଇଁ ବୀମାଭୂକ୍ତ କରିବା, ଋଣ ନେଇଥିବା ସଭ୍ୟାମାନଙ୍କ ମୃତ୍ୟୁ ହେଲେ, ସେମାନଙ୍କ ବ୍ୟାଙ୍କ ଲୋନ ଛାଡ଼ କରିବାକୁ ଘୋଷଣା କରିବା, ୬୦ ବର୍ଷ ପରେ ଅବସର ଭତ୍ତା ଘୋଷଣା କରିବାକୁ ସାଳନ୍ଦୀ ସହରସ୍ତରୀୟ ମହାସଂଘ(ସିଏଲଏଫ) ଦାବି କରି ଆସୁଛି। ଏହି ଦାବି ନେଇ ମହାସଂଘ ପକ୍ଷରୁ ପୂର୍ବରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳି ପାରି ନାହିଁ।

ଅପରପକ୍ଷେ ମହାସଂଘ ସାମାଜିକ ଓ ଆର୍ଥୀକ କ୍ଷେତ୍ରରେ ମହାସଂଘ ସ୍ୱାବଲମ୍ବୀ ହୋଇ ଅନ୍ୟାୟର ମୂଳୋତ୍ପାଟନ ପାଇଁ ଉଦ୍ୟମ କରିଛି। ମହିଳାଙ୍କ ଉପରେ ନିର୍ଯ୍ୟାତନାକୁ ବିରୋଧ କରିଛି। ସାମାଜିକ ସନ୍ତୁଳନ ନଷ୍ଟ କରୁଥିବା ମଦର ବିକ୍ରୟ ବନ୍ଦ କରିବା ଓ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ମହାସଂଘ ପ୍ରଚାର ପ୍ରସାର କରିବା ଦିଗରେ ବହୁ ପଦକ୍ଷେପ ନେଇଛି। ଏହି ଅବସରରେ ଭାଗ୍ୟଶ୍ରୀ ପଣ୍ଡା, ଶୈଳଦା ବିଶ୍ୱାଳ, ରୋହିଣି ମିଶ୍ର, ରୂପିତା ଜେନା, ସୋନାଲି ଜେନା, ଜ୍ୟୋସ୍ନାରାଣୀ ମଲ୍ଲିକ, ସୁସଂଗଠିକା ରୁକସାନା ବିବି, କୁମୁଦିନି ବିଶ୍ୱାଳ, ସଭ୍ୟା ମଧୁସ୍ମିତା ପୃଷ୍ଟି, ଦୀପ୍ତିରାଣୀ ରାୟ, ତପସୁନ ବିବି, କନକଲତା ଦେବାଚାର୍ଯ୍ୟ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ୧୦ ନମ୍ବର ୱାର୍ଡ଼ର କାଉନସିଲରଙ୍କ ପ୍ରତିନିଧି ପଙ୍କଜ ବଳଙ୍କ ସମେତ ବହୁ କାଉନସିଲର ଓ ସୁରେନ୍ଦ୍ର ବିଶ୍ୱାଳଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ମହାସଂଘର ସଦସ୍ୟା ଉପ ସଭାନେତ୍ରୀ ଭାରତୀ ପଣ୍ଡା, ସହ ସଂପାଦିକା ହରପ୍ରିୟା ସାହୁ, କୋଷାଧ୍ୟକ୍ଷା ସବେନୁର କାଦ୍ରୀ, ଜୀବିକା ସ୍ୱେଛାସେବୀ ରୁକସାନା ବିବି, ଆର୍ଥୀକ ସ୍ୱେଛାସେବୀ ମନୋରମା ମହାପାତ୍ର, ସାମାଜିକ ସ୍ୱେଛାସେବୀ ନମିତା ପରିଡ଼ା, ସଦସ୍ୟା ଭାବେ କୁମୁଦିନି ବିଶ୍ୱାଳ, କୌସେରା ବିବି, ରିହାନା ବିବି, ନିଖତ ପରବିନ୍‌, ରିନାରାଣୀ ବେହେରା, ପ୍ର୍ରମିଳା ବେହେରା, ପଙ୍କଜିନୀ ନାୟକ, ଫରିଦା ବିବି, ହସରତୁନ ନେଶା, ଅମ୍ରିତା ପଣ୍ଡା, ସାକରା ବିବି, ସବିତା ସେଠୀ, ମମତା ମଲ୍ଲିକ ପ୍ର୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାସଂଘର ପରିଚାନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ସମର ବଳ ନେପଥ୍ୟରେ ରହି ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।