Odiapua.com

ସାଳନ୍ଦୀ ନଦୀରେ ବୁଡିଯାଇ ଯୁବକର ମୃତ୍ୟୁ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସାଳନ୍ଦୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି। ଏଠାରେ ସୂଚନାଯୋଗ୍ୟ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହଦଗଡ ଡ୍ୟାମ ପାଣି ଛାଡିଛି। ଫଳରେ ସାଳନ୍ଦୀ ନଦୀରେ ମାତ୍ରାଧିକ ଜଳ ପ୍ରବେଶ କରିବା ଫଳରେ ନଦୀରେ ଅଧିକ ସ୍ରୋତ ଦେଖାଦେଇଛି। ତେବେ ଭଦ୍ରକ ପୌରାଞ୍ଚଳର ୩୦ ନଂ ୱାର୍ଡର ଜଲାଲୁଦ୍ଦିନ୍ ଖାଁ ନାମକ ଜଣେ ୩୫ ବର୍ଷୀୟ ଯୁବକ ସଇଦାବାଦ ଗାଁ ପାଖ ସାଳନ୍ଦୀ ନଦୀ ଏସ୍‌କେପ୍‌ରେ ମାଛ ଧରୁଥିବାବେଳେ ନଦୀସ୍ରୋତରେ ଭାସିଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁରୁଣାବଜାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।