Odiapua.com

ସାଲେପୁର :ପିକଅପ ଭ୍ୟାନ ଧକ୍କାରେ ଯୁବକ ଗୁରୁତର

ସାଲେପୁର:୧୧/୦୬ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ସନ୍ଧ୍ୟା ସମୟରେ ସାଲେପୁରର ରୋଧପୁର ନିକଟରେ ଏକ ମାଲବାହୀ ପିକପ ଗାଡି ଦୃତଗତିରେ ଆସି ରାଘବପୁରର ପବିତ୍ର ମଲ୍ଲିକଙ୍କ ପୁଅ ପଙ୍କଜକୁ ଧକାଦେବା ଫଳରେ ପଙ୍କଜଙ୍କ ଗୋଡ଼ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କୁ ସାଲେପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।

ବର୍ତ୍ତମାନ ସୁଦ୍ଧା ସାଲେପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନାର ଭାରାପ୍ରାପ୍ତ ଅଧିକାରୀ ଏମ.କେ ସେନାପତି ପ୍ରକାଶ କରିଛନ୍ତି।