Odiapua.com

ସାର ବୋଝେଇ ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଉତେଜନା

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃଦ୍ଧ ଙ୍କୁ ନିଜ ଘର ଦ୍ୱାର ମୁହଁ ରେ ରେ ସାର ବୋଝେଇ ମିନିଟ୍ରକ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଗାଡିର ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ଗୋବିନ୍ଦପୁର ବଜାର ନିକଟରୁ ଧରିଛନ୍ତି ଗ୍ରାମବାସୀ । ବୃଦ୍ଧ ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଙ୍କ ଉତେଜନା । ଏଠାରେ ସୂଚନାଯୋଗ୍ୟ ଆଜି ଧାମନଗର ଥାନା ଅଧିନସ୍ଥ ଗୁଣୁପୁର ବଜାରରୁ ସାର ବୋଝେଇ କରି ମିନି ଟ୍ରକ ଯାଉଥିଲା ଗୋବିନ୍ଦ ପୁର ବଜାର କୁ । ତେବେ ଦ୍ରୁତ ଗତିରେ ଆସି ଗୁଣୁପୁର ବଜାର ରେ ଘର ଦ୍ୱାର ମୁହଁ ରେ ଛିଡା ହୋଇଥିବା ପୀତବାସ ମାଠିଆ ଙ୍କୁ ଧକ୍କା ଦେଇ ଥିଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧ ଜଣଙ୍କ ର ମୃତ୍ୟୁ ହୋଇଥିଲା । ଏହି ଘଟଣା କୁ ନେଇ ସେଠାରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଧାମନଗର ପୋଲିସ ସେଠାରେ ପହଂଚି ସ୍ଥାନୀୟ ଲୋକ ଙ୍କ ଦ୍ୱାରା ଅଟକ ଥିବା ଗାଡି କୁ ଜବତ କରିବା ସହିତ ଶବ ଟିକୁ ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନା କୁ ପଠାଇଛି ।