Odiapua.com

ସାର ଦୋକାନ ଉପରେ ଚଢାଉ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଚଳିତ ଖରିପଋତୁରେ ଡ଼ିଏପି ଓ ୟୁରିଆ ସାରର କଳାବଜାରି ଚାଲିଥିବାବେଳେ ଧାମନଗର ବ୍ଲକରେ ନୂତନଭାବେ ଯୋଗଦେଇଥିବା କୃଷିଜିଲ୍ଳା ଅଧିକାରୀ ତରୁଣ କୁମାର ଛୋଟରାୟ ଓ ସହାୟକ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ମିଳିତଭାବେ ଧାମନଗର ଅଂଚଳର ବିଭିନ୍ନ ହୋଲସେଲର ଏବଂ ଖୁଚୁରା ସାରଦୋକାନ ଉପରେ ଚଢାଉ କରିଥିଲେ। ଧାମନଗର ବଜାରରେ ଥିବା ୱାଇ.ଏସ୍‌.ଜି.ପି ଟ୍ରେଡ଼ର୍ସ ଦୋକାନ ଉପରେ ଚଢାଉ କରିଥିଲେ। ଚାଷୀଙ୍କୁ ସାରର ମୂଲ୍ୟ ସମ୍ପର୍କରେ ପଚାରିବା ସହ ଡ଼ିଏପି ସାର ପରିବର୍ତ୍ତେ ଅନ୍ୟ ମିଶ୍ରିତ ସାରକୁ ବିନିଯୋଗ କରି ଚାଷ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାରର ଯେପରି କଳାବଜାର ନହୁଏ ଓ ଉଚିତ୍ ମୂଲ୍ୟରେ ସାର ଯୋଗାଇବା ପାଇଁ ଦୋକାନିକୁ ଚାଷୀଙ୍କ ଆଗରେ ତାଗିଦ କରିଥିଲେ। ସାରର ଗୁଣବର୍ତ୍ତା ସମ୍ପର୍କରେ ଚାଷୀଙ୍କୁ ମଧ୍ୟ ବୁଝାଯାଇଥିଲା। ଏହି ଅବସରରେ ଗ୍ରାମ କୃଷି କର୍ମଚାରୀ ଅଜୟ ଦାସ ଉପସ୍ଥିତ ଥିଲେ। ପରେ ଚାଷୀ ମାନଙ୍କୁ ନେଇ ବ୍ଲକ କୃଷି କାର୍ଯ୍ୟାଳୟରେ କୃଷିକ୍ଷେତ୍ର କର୍ମଚାରୀ ଓ କୃଷକ ସାଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।