Odiapua.com

ସାରା ବିଶ୍ୱରେ ବର୍ଷରେ ଗୋଟିଏ ତିଥିରେ ହେଉ ରଥଯାତ୍ରା: ସୌମ୍ୟରଞ୍ଜନ

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ବିଧାନସଭାରେ ଦୁଇଟି ପ୍ରଶ୍ନକୁ ନେଇ ଦାବି କରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ରଥଯାତ୍ରା ସାରା ବିଶ୍ୱରେ ବର୍ଷରେ ଗୋଟିଏ ତିଥିରେ କରାଯାଉ। ସେହିପରି ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ବିଭିନ୍ନ ସ୍ୱର ଏବଂ ଢ଼ଙ୍ଗରେ ବିଭିନ୍ନ ସ୍ଥାନରେ ଗାନ କରାଯାଉଛି।

ଏହି ୨ଟିକୁ ନେଇ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଶୂନ୍ୟକାଳରେ ଗୃହରେ ବାଚସ୍ପତି ଏବଂ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ପଞ୍ଜାବର ଲୁଧିଆନାରେ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ କରାଯାଉଥିବାରୁ ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ଅମ୍ରିନ୍ଦର ସିଂହଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିବାକୁ ବିଧାୟକ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।