Odiapua.com

ସାରସ୍ୱତ ସେବକ ସଂଘର ସେବା କାର୍ଯ୍ୟକ୍ରମ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- -ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତ ଦେଉଳପଦି ଗ୍ରାମରେ ରବିବାର ଶ୍ରୀଶ୍ରୀ ନିଗମାନନ୍ଦଙ୍କ ପ୍ରତିଷ୍ଠିତ ଆସାମ ବଙ୍ଗୀୟ ସାରସ୍ୱତ ମଠ, କୋକିଳାମୁଖ ଅନ୍ତର୍ଗତ ସାରସ୍ୱତ ସେବକ ସଂଘ ଉତ୍କଳ ବିଭାଗ ପକ୍ଷରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ “ସେବା ସହାୟତେ ଚିତ୍ତ ଶୁଦ୍ଧ”କୁ ଆଧାର କରି ଭଦ୍ରକ ଜିଳ୍ଲାର ସେବକମାନେ ବନ୍ୟା ବିପନ୍ନ ଗ୍ରାମର ପ୍ରାୟ ୧୫୦ ପରିବାରକୁ ରାସନ ସାମଗ୍ରୀ ବିତରଣ କରିଥିଲେ। ଜିଲ୍ଲା ସଦସ୍ୟ ପର୍ଶୁଭାଇ, ହରିଭାଇ, ସୁଧାଭାଇ, ଦିପୁଭାଇ, ସୁଧାଂଶୁ ଭାଇ ପ୍ରମୁଖ ସେବା କାର୍ଯ୍ୟକ୍ରମକୁ ଗ୍ରାମସାବୀଙ୍କ ସହାୟତାରେ ସାମପନ କରିଥିଲେ। ଏଥିପାଇଁ ଆସାମବଙ୍ଗୀୟ ସାରସ୍ୱତ ମଠ, କୋକିଳାମୁଖ ର ପୁଜ୍ୟପାଦ ମହନ୍ତ ଶ୍ରୀମଦ ସ୍ୱାମୀ ଦିବ୍ୟାନନ୍ଦ ମହାରାଜଙ୍କ ସହାୟତା ଓ ସହାନୁଭୁତି ଦ୍ୱାରା ସେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।