Odiapua.com

ସାରସ୍ୱତ ସାଧନା ପାଇଁ ବଂଚି ରହିବେ କବି ନୀଳମଣି

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ କାଳିମେଘା ଗ୍ରାମର କବି ଓ ସାରସ୍ୱତ ସାଧକ ନୀଳମଣି ପ୍ରଧାନଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର କବିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କବି ଦୀନବନ୍ଧୁ ପତିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ସାରସ୍ୱତ ସାଧନା ପାଇଁ କବି ନୀଳମଣି ବଂଚି ରହିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ଇଂ ଅଭୟ ସୂତାର, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, କବି ରବିକୁମାର ମହାନ୍ତି ଯୋଗଦେଇ ନୀଳମଣିଙ୍କ ଜୀବଚର୍ଯ୍ୟା ଓ ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ଯାମିନୀ ମୋହନ ପାଢୀ, ସନାତନ ସାହୁ, କବି ପି. ହୃଷିକେଶ, ରମେଶ ସ୍ୱାଇଁ, ଦମୟନ୍ତୀ ଭୋଇ, କଳ୍ପତରୁ ସେଠୀ, କୈଳାସ ବେହେରା, ନୀଳମାଧବ ସେନାପତି, ରତିକାନ୍ତ ଦାସ, ବାବୁରାମ ରାଉତ, ଶଶିକାନ୍ତ ବେହେରା, ବାବାଜୀ ଚରଣ ଦାସ, ସୁରେଶ ମହାପାତ୍ର, ଅଜୟ ପ୍ରଧାନ, ଜଗବନ୍ଧୁ ମହାନ୍ତି, ପଦ୍ମଲୋଚନ ପତି, ବିଶ୍ୱଜିତ୍ ବେହେରା, ପୀତାମ୍ବର ସେଠୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । କବି ନିରଞ୍ଜନ ବାରିକ, ସୁଜିତ ପ୍ରଧାନ, ସୌମିତ୍ରୀ ପ୍ରଧାନ, ସୋମନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।