Odiapua.com

ସାରସ୍ୱତ ପତ୍ରିକା ‘ଶିବାନୀ’ ଲୋକାର୍ପିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ବାଇପାସ୍ ଜଗନ୍ନାଥ ମନ୍ଦିର ପରିସରରେ ପୂର୍ଣ୍ଣ ଚନ୍ଦ୍ର ବହଳୀଙ୍କ ସମ୍ପାଦନାରେ ପ୍ରକାଶିତ ଭିନ୍ନ ସ୍ୱାଦର ସମୃଦ୍ଧ ସାରସ୍ୱତ ପତ୍ରିକା ‘ଶିବାନୀ’ ଲୋକାର୍ପିତ ହୋଇ ଯାଇଛି । ଭାଗିରଥୀ ପାଠାଗାର ଓ ବଂଶୀ ବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ ଗରଦପୁର ସହଯୋଗରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ବରେଣ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ରାଧାରାଣି ମହାପାତ୍ର, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାହିତ୍ୟିକ ରବୀନ୍ଦ୍ର ବିହାରୀ, ଇଂ ଅଭୟ ସୂତାର, କାଳୀପଦ ପଣ୍ଡା, ଭରତ ଦାଶ, ସାମ୍ବାଦିକ ରବିନାରାୟଣ ଖିଲାର ପ୍ରମୁଖ ଯୋଗ ଦେଇ ଓଡ଼ିଆ ପତ୍ରପତ୍ରିକାର କ୍ରମ ବିକାଶ ଓ ଧାରା ତଥା ଏହାର ଭୂମିକା ସମ୍ପର୍କରେ ନିଜ ନିଜର ଅଭିବ୍ୟକ୍ତି ପ୍ରଦାନ କରି ଏଭଳି ଏକ ପତ୍ରିକା ଭଦ୍ରକରୁ ପ୍ରକାଶିତ ହେଉଥିବା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ଏକାଡେମୀ ସଦସ୍ୟା ଶୁଭଶ୍ରୀ ଲେଙ୍କା ପଠାଇଥିବା ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଭଦ୍ରକ ଜିଲ୍ଲା ସଦସ୍ୟ ପବିତ୍ର ପାଣିଗ୍ରାହୀ, ବାଲେଶ୍ୱର ଜିଲ୍ଲା ସଦସ୍ୟ ଭରତ ଦାଶ, ସରକାରୀ ମନୋନୀତ ସଦସ୍ୟ କାଳୀପଦ ପଣ୍ଡାଙ୍କୁ ଶିବାନୀ ପରିବାର ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ କଣ୍ଠଶିଳ୍ପି ବଦ୍ରିନାରାଣ ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦିବ୍ୟ ସିଂ ଦାସଅଧିକାରୀ, ଲକ୍ଷ୍ମଣ ମହାନ୍ତି, ପ୍ରୋଦ୍ୟୋତନ ସୁଆର, ଗୌରାଙ୍ଗ ବାରିକ, କିଶୋର ପାଣିଗ୍ରାହୀ, ଶରତ ନାୟକ, ଅଭିଜିତ ନାୟକ, ଜଗବନ୍ଧୁ ମିଶ୍ର, ସୁଧାଂଶୁ ମହାନ୍ତି, ନିତ୍ୟାନନ୍ଦ ଦାସ, ନୀଳିମା ପଣ୍ଡା, ମନୋଜ ପଣ୍ଡା, ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ପତ୍ରିକାର ସହସମ୍ପାଦକ ବିଜୟ ବହଳୀ ସ୍ୱାଗତ ଭାଷଣ, ରତିକାନ୍ତ ବେହେରା ଅତିଥି ପରିଚୟ, ପୂର୍ଣ୍ଣ ଚନ୍ଦ୍ର ବହଳୀ ପ୍ରାରମ୍ଭିକ ଭାଷଣ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।