ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ (ବୁଲୁ) ଆଜି ଭଦ୍ରକସ୍ଥିତ ତାଙ୍କ ବାସଭବନରେ କରିଥିବା ସାମ୍ବାଦିକ ସମ୍ମିଳନୀରେ ବରପଦା ଇଂଜିନିୟରିଂ କଲେଜ ସରକାର ହାତକୁ ନନେଲେ ତାହା ସମ୍ମୁଖରେ ପ୍ଲା କାର୍ଡ ଧରି ଅନଶନରେ ବସିବେ। ଏବଂ ବର୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ ସମୟରେ ଯେଉଁ ନିର୍ବାଚନୀ ଇସ୍ତାହାରରେ ବରପଦା କଲେଜକୁ ସରକାର ହାତକୁ ନେବ ବୋଲି ଘୋଷଣା କରିଥିଲେ, ତାହା ନନେଲେ ସେ ଆବଶ୍ୟକ ପଡିଲେ ତାଙ୍କ ଘର ଆଗରେ ମଧ୍ୟ ଧାରଣା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ) ଗତ କିଛିଦିନ ତଳେ ରାଜ୍ୟ ବିଜେଡିର ସଂପାଦକ ପଦବୀରୁ ଇସ୍ତଫା ଦେଇ ଗତ ଦୁଇ ସପ୍ତାହ ତଳେ ଜିଲାର ୪ ଜଣ ପଂଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ଶତାଧିକ ସରପଂଚ ଓ ସମିତିସଭ୍ୟଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ। ଏହି ଘଟଣାରେ ବୁଲୁ ପଟ୍ଟନାୟକ ଭୁବନେଶ୍ୱରରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲଙ୍କୁ ସିଧା ଟାର୍ଗେଟ୍ କରି ଯେଉଁ ବରପଦା ଇଂଜିନିୟରିଂ କଲେଜର ଦୁର୍ନୀତିକୁ ନେଇ ଇଡିରେ ଖୋଳତାଡ ଚାଲିଛି, ସେହି କଲେଜର ଚେୟାରମେନ୍ ପଦବୀରେ ଥିବା ଲୁଲୁଙ୍କୁ ବିଜେପିରେ ସାମିଲ କରିବା ନିନ୍ଦନୀୟ ଘଟଣା ବୋଲି କହି ଅଭିଯୁକ୍ତକୁ ଦଳରେ ସାମିଲ ନକରିବାକୁ ଅନୁରୋଧ କରିଥିଲେ। ଏହି ଘଟଣା ପରେ ଲୁଲୁ ଭଦ୍ରକରେ ଏକ ପ୍ରେସ୍ ମିଟ୍ରେ ବୁଲୁଙ୍କ ପରିବାରକୁ କଟାକ୍ଷ କରି ଅତୀତରେ ରଙ୍ଗଲତା ବଳତ୍କାର ଜନିତ ହତ୍ୟା ଓ ଭଦ୍ରକ ଦଙ୍ଗା ପଛରେ ସେମାନଙ୍କର ହାତ ଥିବାର ଦର୍ଶାଇଥିଲେ। ଏହାକୁ କାଉଂଟର କରି ବୁଲୁ ସିଧାସଳଖ ଲୁଲୁଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ପିତା ଆଜି ୮୬ ବର୍ଷ ବୟସରେ ପହଂଚିଥିବାବେଳେ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଏଭଳି ଚକ୍ରାନ୍ତ ଆଦୌ ସହନୀୟ ନୁହେଁ ବୋଲି କହିଥିଲେ। ବିଶେଷକରି ସେତେବେଳେ ପାର୍ଲାମେଂଟ ଜିତିବା ପାଇଁ ଜନତା ଦଳ ନେତାମାନେ ରଙ୍ଗଲତା ଘଟଣାକୁ ଏକ ଖଣ୍ଡା ଭାବେ ବ୍ୟବହାର କରିଥିଲେ। ଏବଂ ରଙ୍ଗଲତା ଘଟଣାରେ ଜନତା ଦଳ ସରକାରରେ ଥାଇ କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟରେ ତାହା ଏକ ସଂପୂର୍ଣ୍ଣ ଆତ୍ମହତ୍ୟା ଘଟଣା ବୋଲି ଦର୍ଶାଇଛନ୍ତି। ସେହିଭଳି ଭଦ୍ରକରେ ଏବେ କୌଣସି ଉନ୍ନତିମୂଳକ ବିକାଶ କାର୍ଯ୍ୟ ହେଉନାହିଁ। ଭଦ୍ରକାଳୀକୁ ରାସ୍ତା, ଆଖଣ୍ଡଳମଣି ପୀଠକୁ ରାସ୍ତା, ଅଧାପନ୍ତରିଆ ମଲ୍ଲିକ ମଇଦାନ ଓ ନେହେରୁ ଷ୍ଟାଡିୟମ୍ କାର୍ଯ୍ୟ ହେବାକୁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପଡିରହିଛି। ଏଣୁ ଏଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ଶ୍ରୀ ସାମଲ ମନ ଦିଅନ୍ତୁ ବୋଲି କହିଛନ୍ତି। ନିକଟ ଅତୀତରେ ବିଜେଡି ସରକାରରେ ଭଦ୍ରକ ସମେତ ସମଗ୍ର ଓଡ଼ିଶା ଯେଭଳି ଯାଜପୁର ଦ୍ୱାରା ପରିଚାଳିତ ହେଉଥିଲା, ଠିକ୍ ସେହିଭଳି ଆଜି ଭଦ୍ରକର ଜଣେ ନେତାଙ୍କ ଦ୍ୱାରା ସମଗ୍ର ଓଡ଼ିଶା ପରିଚାଳନା ହେଉଛି। ଏଣୁ ଭଦ୍ରକରେ ଯେଉଁ ଅନୀତି ଓ ଦୁର୍ନୀତି ହୋଇଛି, ସେ କ୍ଷେତ୍ରରେ ସେ କେଉଁ ନେତାଙ୍କୁ ଜେଲ୍ରେ ପୁରାଇବା କଥା, ତାହା ଶୀଘ୍ର କାର୍ଯ୍ୟରେ ପରିଣତ କରନ୍ତୁ। ଅତୀତରେ ମୁଁ ମୋ ପିତାଙ୍କୁ ରାଜନୀତିରେ ପରୋକ୍ଷରେ ସାହାଯ୍ୟ କରିଆସୁଥିବାବେଳେ ୨୦୧୯ ରେ ତାଙ୍କ ଅବସର ପରେ ସିଧାସଳଖ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଛି। ମୋ ପରିବାରରେ ବାପା କ୍ଷମତାରେ ଥିବାବେଳେ ମା’ କେବେ ସରପଂଚ ହୋଇନାହିଁ, ଭାଇ କେବେ ଚେୟାରମେନ୍ ହୋଇନାହିଁ। ଏପରିକି ଚେୟାରମେନ୍ ଥାଇ ପୁଲିସ୍ ପାଖରୁ ଦୁଇ ମାସ ଲୁଚିବା ଭଳି ଘଟଣା ଘଟିନାହିଁ। ଲୁଲୁ ସାମଲ ତାଙ୍କୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦଙ୍ଗାକାରୀ ବୋଲି ଯେଉଁ କଟାକ୍ଷ କରିଥିଲେ, ତାହାର ଉତରରେ ବୁଲୁଙ୍କ କହିବା ଅନୁସାରେ କୌଣସି ବିଧାୟକ ରକ୍ଷକ ଥାଇ କେବେ ଭକ୍ଷକ ହୋଇପାରିବ ନାହିଁ। ୨୦୧୭ ମସିହା ଦଙ୍ଗାରେ ସେ ଭୁବନେଶ୍ୱରରେ ଥାଇ କେତେକ ସାମ୍ବାଦିକଙ୍କ ମୋବାଇଲ୍ ଫୋନ୍ରେ ଉତ୍ୟକ୍ତ ଲୋକଙ୍କୁ ପ୍ରଶମିତ ହେବାପାଇଁ ନିବେଦନ କରି ରାତି ୨ଟାରେ ଭଦ୍ରକକୁ ଆସି ଶାନ୍ତି ରକ୍ଷାର ପ୍ରୟାସ କରିଥିଲୁ। ଅପରପକ୍ଷେ ୧୯୯୧ ମସିହା ଦଙ୍ଗାରେ ଲୁଲୁଙ୍କ ପିତା ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ଆମେ ତ ତାଙ୍କୁ ଦଙ୍ଗାକାରୀ ବୋଲି କହିନଥିଲୁ। ବିଶେଷକରି ୨୦୧୯ ରେ ମୋ ଟିକେଟ୍ କଟାଇବା ପାଇଁ ତାହା ଥିଲା ଏକ ଚକ୍ରାନ୍ତ। ୨୦୧୫ ରେ ତାଙ୍କ ପିତା ଓ ପ୍ରଫୁଲ୍ଲ ସାମଲ ଗୋଟିଏ ଦଳରେ ଥିଲେ ମଧ୍ୟ ବିଧାନସଭାରେ ବରପଦା ଇଂଜିନିୟରିଂ କଲେଜ କର୍ମଚାରୀ ଦରମା ନପାଇବାକୁ ନେଇ ସରକାର ତୁରନ୍ତ ଉକ୍ତ ଅନୁଷ୍ଠାନକୁ ହାତକୁ ନେବାକୁ ଦାବି କରିଥିଲେ। ଏଥିସହ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତିରେ ଯଦି ମିଥ୍ୟା ଅଛି, ତେବେ ମୁଁ ଆଜି ଠାରୁ ମୋ କଥା ପ୍ରତ୍ୟାହାର କରିବି। ନଚେତ୍ ମୁଁ ଗଣମାଧ୍ୟମ ସହଯୋଗ କଲେ ଏହାର ସତ୍ୟତାର ପଦ୍ଦାର୍ଫାଶ କରିବା ପାଇଁ ଇଂଜିନିୟରିଂ କଲେଜ ଓ ମନମୋହନ ସାମଲଙ୍କ ଘରଆଗରେ ଏକା ଧାରଣା ଦେବି।
ସାମ୍ବାଦିକ ସମ୍ମିଳନୀରେ ଲୁଲୁଙ୍କ ଅଭିଯୋଗକୁ ଖଣ୍ଡନ କଲେ ବୁଲୁ, ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଚାଲିଛି ଚକ୍ରାନ୍ତ – କଂଗ୍ରେସ ନେତା ବୁଲୁ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????