Odiapua.com

ସାମ୍ବାଦିକ ସଂଘର ରାଜ୍ୟସ୍ତର ସମ୍ମିଳନୀ ଓ ମାଲକାନଗିରି ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ

ମାଲକାନଗିରି,୭ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତର ସମ୍ମିଳନୀ ଓ ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଆଜି ସକାଳେ ସ୍ଥାନୀୟ ସଂସ୍କୃତିଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୂତିଭୁଷଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି,ସମନ୍ୱିତ ଆଦିବାସୀ ବିକାଶ ଓ ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଉତ୍ସବଟି କୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ରାଜ୍ୟବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲାବନଖଣ୍ଡୀୟ ଅଧିକାରୀ ପ୍ରଦୀପ ଦେବିଦାସ ମିରସେ ,ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ସଂଘର ସଂପାଦକ ପୂଣ୍ଣ ର୍ଚନ୍ଦ୍ର ନାୟକ ଯୋଗଦେଇଥିଲେ । ସଭାଆରମ୍ଭରୁ ଅତିଥି ମାନଙ୍କୁ ପାରମ୍ପାରିକ କୋୟାନୃତ୍ୟ ମାଧ୍ୟମରେ ମଚଂସ୍ଥଳକୁ ପାଛୋଟି ଅଣାଯାଇଥିଲା । ସବ ର୍ପ୍ରଥମେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଫୋଟିଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରପଜ୍ୱଳନ ପରେ ଘଢେଇ ଆବାସୀକ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ସହିତ ବନ୍ଦେଉତ୍କଳ ଜନନୀ ସଂଗୀତ ଗାନକରିଥିଲେ । ବାଲିମେଳା କଳାନିକେତନ କେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ୱାରା ଓଡଶୀ ନୃତ୍ୟପରିବେଷଣ କରାଯାଇôଥିଲା । ଗୋଟିଏ ଘର ନିର୍ମାଣପାଇଁ ପ୍ରଥମେ ଚାରୋଟି ଖୁଠଂର ଆବଶ୍ୟକତା ପଡିଥାଏ, ଗୋଟିଏ ଖୁଠଂ ଦୃବଳ ହେଲେ ଘର ଭୁଡି ଯାଇଥାଏ । ଠିକ ସେହିପରି ସମାଜର ସାମ୍ବାଦିକ ମାନେ ହେଉଛନ୍ତି ଚତୁର୍ଥ ସ୍ତମ୍ବ ,ଗଣମାଧ୍ୟମ ଜାଗିଲେ ଦେଶ ଜାଗିବ, ଗଣମାଧ୍ୟମ ଦେଶର ଜାଗ୍ରତ ପ୍ରହରୀ ସଦୃଶ୍ୟ ଗଣମାଧ୍ୟମକୁ ସବୁ କ୍ଷେତ୍ରରେ ସମ୍ମାନ ଦେବାଉଚିତ ବୋଲି ମଚାଂଶିନ ଅତିଥି ମାନେ ମତ ଉପସ୍ଥାପନ କରିଥିଲେ । ସାମ୍ବାଦିକମାନେ ଦୁଃଖକଷ୍ଟ ସହି ନିଜଜୀବନକୁ ବାଜିଲଗାଇ ଦେଶଦୁନିଆର ଖବର ଲୋକମାନଙ୍କ ନିକଟରେ ପହଁଚାଇ ଖଳପ୍ରକୃତିର ଲୋକଙ୍କ ରୋଷର ଶୀକାର ହେଉଥିବା ବେଳେ ସେମାନଙ୍କୁ ସରକାର ଉପଯୁକ୍ତ ସୁରକ୍ଷା ଓ ପରିବାର ଚଳାଇବା ପାଇଁ ଉଚିତପ୍ରାପ୍ୟ ଦେଉନଥିବାରୁ ସାମ୍ବାଦିକ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା । ଏହି ଅବସରେ କରୋନା ଯୋଦ୍ଧା,ସମାଜସେବୀ,ସାମ୍ବାଦିକତା, ସାହିତ୍ୟିକ,ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଦୁର୍ଯ୍ୟଧନପାତ୍ର ମଚଂପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୬ଟି ଜିଲ୍ଲାର ସଂଘର ସଭାପତି,ସଂପାଦକ ଙ୍କ ସହିତଚ ଶତାଧିକ ସାମ୍ବାଦିକ ଉପସ୍ଥିତ ରହର୍ନିଜ ନିଜ ଅଚଂଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।