Odiapua.com

ସାମ୍ବାଦିକ ମାନେ ନିସ୍ୱାର୍ଥପର ଭାବରେ ସମାଜର ସେବା କରୁଛନ୍ତି, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲ୍ଳା ଶାଖାର ସାଧାରଣ ପରିଷଦ ବୈଠକ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଧାମନଗର ସ୍ଥିତ ଡ଼ଃ. ଏପିଜେ ଅବଦୁଲକାଲାମ ପାଠାଗାର ପରିସରରେ ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲାସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଭଦ୍ରକ ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏନ୍‌ଏସି ଅଧ୍ୟକ୍ଷା ନିବେଦୀତା ଜେନା, ଥାନାଅଧିକାରୀ ବନମାଳି ବାରି. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ମହାପାତ୍ର, ଅପୂର୍ବରଂଜନ ବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନେ କୌଣସି ସରକାରୀ ସୁବିଧା ନପାଇ ମଧ୍ୟ ନିସ୍ୱାର୍ଥପର ଭାବେ ଯେପରି ନିଜର କର୍ତ୍ତବ୍ୟ ପାଳନ କରି ସମାଜର ଉନ୍ନତୀ ପାଇଁ ଅହରହ କଲମ ଚାଳନା କରିଚାଲିଛନ୍ତି। ତାହାର ବିକଳ୍ପ ନାହିଁବୋଲି ଅତିଥିମାନେ ମତପୋଷଣ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ବାରିକ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ରସାନନ୍ଦ ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପ୍ରକାଶ ମହାପାତ୍ର ବିବରଣୀ ପାଠ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ସଂଘର ଦ୍ୱିତୀୟ ଅଧିବେଶନରେ ଜିଲ୍ଲାର ସାମ୍ବାଦିକ ମାନଙ୍କ ସହମତି କ୍ରମେ ଆଗାମୀ ୩ବର୍ଷ ପାଇଁ ଜିଲ୍ଳାର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସର୍ବସମ୍ମତି କ୍ରମେ ରବିନାରାୟଣ ଖିଲାରଙ୍କୁ ଜିଲ୍ଳାସଭାପତି, ଚାରୁଦତ୍ତ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଓ ଆଶିଷ ଅମିତାଭ ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା ଏବଂ ସଭାପତି ପରବର୍ତ୍ତି କାର୍ଯ୍ୟକର୍ତ୍ତା ଚୟନ କରିବାକୁ ବୈଠକରେ କ୍ଷମତା ପ୍ରଦାନ କରିଥିଲେ। ଏହି ଅବସରରେ ସଂଘର ଜଣେ ବରିଷ୍ଠ ସଦସ୍ୟ ତଥା ବନ୍ତ ବ୍ଳକର ଟିଲୋ ପଂଚାୟତର ସରପଂଚ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ନୂତନ ସଦସ୍ୟ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସାମ୍ବାଦିକ ସଦସ୍ୟ ଯୋଗଦେଇଥିଲେ। ସାମ୍ବଦିକ ସୁଧାକର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସାମ୍ବାଦିକ କୈଳାଶ ଗୁପ୍ତା, ଅନନ୍ତ ଜେନା, ସରୋଜ କୁମାର ସେଠୀ, ମାନଗୋବିନ୍ଦ ଜେନା, ପ୍ରଶାନ୍ତ କୁମାର ସାହୁ, ଗୌରାଙ୍ଗ ଦାଶ, ଲିପିକା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।