Odiapua.com

ସାମ୍ବାଦିକ ଭବନ ଯୋଗାଇଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ କାର୍ଯ୍ୟରତ ସମସ୍ତ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏକ ସାମ୍ବାଦିକ ଭବନର ଆବଶ୍ୟକତା ରହିଥିବାବେଳେ ଜିଲା ପ୍ରଶାସନ ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଏଥିନେଇ ସାମ୍ବାଦିକମାନଙ୍କ ପକ୍ଷରୁ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ଜିଲା ମୁଖ୍ୟାଳୟରେ ଗୃହାଭାବ ଦର୍ଶାଇ ପ୍ରଶାସନ ଏହାକୁ ବିଳମ୍ବିତ କରିଆସୁଛନ୍ତି। ତେବେ ନିକଟରେ ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଖୀ ୱାନ୍ ଷ୍ଟପ୍ ସେଂଟରଟି ନିଜସ୍ୱ ଗୃହକୁ ଉଠିଯାଉଥିବାରୁ ଏହା ଖାଲି ହେବାକୁ ଯାଉଛି। ଏଣୁ ଏହି ଗୃହଟିକୁ ସାମ୍ବାଦିକ ଭବନ ଭାବେ ପ୍ରଦାନ କରିବା ପାଇଁ ଆଜି ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଦାସ, ଜ୍ଞାନ ପ୍ରକାଶ ପାଣି, ପ୍ରଭାତ ଦାସ, ସ୍ମୃତିରଂଜନ ସାହୁ, ଉମାକଲ୍ୟାଣ ମହାପାତ୍ର, ରବିନାରାୟଣ ଖିଲାର, ତପନ କୁମାର ସ୍ୱାଇଁ, ପ୍ରିୟଦର୍ଶନ ବୋଇତି, ନରେନ୍ଦ୍ର କୁମାର ସାମଲ, ଗୌରହରି ନାୟକ, ଅପୂର୍ବ ରଂଜନ ବେହେରା, ସଂଜୀବ କୁମାର ନାୟକ, ପାର୍ଥସାରଥୀ ନାୟକ, ଶିବାନନ୍ଦ ଦାସ, କମଳଲୋଚନ ପଣ୍ଡା, ଅବିନାଶ ପଣ୍ଡା, ଶଶିଭୂଷଣ ସ୍ୱାମୀ, ସତ୍ୟଭୂଷଣ ସ୍ୱାମୀ, ଶୁଭ୍ରକାନ୍ତ ରାଉତରାୟ, ଶ୍ରୀକାନ୍ତ ତ୍ରିପାଠୀ, ଅତିଶ ବେହେରା, ଦୁର୍ଗାଶଙ୍କର ବିଶ୍ୱାଳ, ଅଶୋକ ନାୟକ, ମଳୟ ପରିଡା, ଶାନ୍ତନୁ ପଣ୍ଡା, ଦୀପ୍ତିରଂଜନ ସାହୁ, ଜଗବନ୍ଧୁ ବେହେରା, ଦେବାଶିଷ ମହାପାତ୍ର ପ୍ରମୁଖ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲା ଲୋକ ସଂପର୍କ ଅଧିକାରୀ ରମେଶ କୁମାର ନାୟକ ଉପସ୍ଥିତରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଉକ୍ତ ପତ୍ରକୁ ଗ୍ରହଣ ପୂର୍ବକ ଏ ଦିଗରେ ଉଚିତ୍ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।