Odiapua.com

ସାମ୍ବାଦିକ ବିନୋଦ ଦୁଆଙ୍କ ନିଧନ, ଝିଅ ମଲ୍ଲିକା ଦେଲେ ସୂଚନା

ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ସାମ୍ବାଦିକ ବିନୋଦ ଦୁଆଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିନୋଦ ଦୁଆଙ୍କ ଝିଅ ମଲ୍ଲିକା ଦୁଆ ଏହାର ସୂଚନା ତାଙ୍କ ଇନଷ୍ଠାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ମଲ୍ଲିକା କହିଛନ୍ତି ଯେ ବିନୋଦ ଦୁଆର ଶେଷ ସଂସ୍କାର ଦିଲ୍ଲୀର ଲୋଧି ସ୍ଥିତ ଶ୍ମଶାନରେ କରାଯିବ।

ସୂଚନାଯୋଗ୍ୟଯେ, ଖ୍ୟାତନାମା ସାମ୍ବାଦିକ ବିନୋଦ ଦୁଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଝିଅ ମଲିକା ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ।

ଏପ୍ରିଲରୁ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତଗତିରେ ଖରାପ ହେବାକୁ ଲାଗିଲା। ୬୭ ବର୍ଷିୟ ଦୁଆଙ୍କ ପତ୍ନୀ ତଥା ରେଡିଓଲୋଜିଷ୍ଟ୍ ପଦ୍ମାବତୀ ‘ଚିନ୍ନା’ ଦୁଆ କୋଭିଡରେ ଦୀର୍ଘ ଯୁଦ୍ଧ ପରେ ଜୁନ୍ ମାସରେ ମୃତ୍ୟୁ ବରଣ କରିଥିଲେ। ଦ୍ୱିତୀୟ କୋଭିଡ ଲହର ଶିଖରରେ ଥିବାବେଳେ ବିନୋଦ ଦୁଆ ଏବଂ ତାଙ୍କ ପତ୍ନୀ ଗୁରୁଗାଓଁର ଏକ ଡାକ୍ତରଖାନାରେ ଥିଲେ। ସେବେଠାରୁ ଦୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା।