Odiapua.com

ସାମ୍ବାଦିକ ଦିଲ୍ଲୀପ ଖୁଣ୍ଟିଆ ପାଇଲେ ରାଜ୍ୟସ୍ତରୀୟ ‘ଉତ୍କଳ ଗୌରବ ମଧୁସୂଦନ ସମ୍ମାନ-୨୦୨୩’

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ସେଣ୍ଡତିରା ପଂଚାୟତର ଫୁଲଗଡିଆ ଗ୍ରାମର ସ୍ୱର୍ଗତଃ ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ପୁତ୍ର ସାମ୍ବାଦିକ ଦିଲ୍ଲୀପ ଖୁଣ୍ଟିଆ ‘ଉତ୍କଳଗୌରବ ମଧୁସୂଦନ ସମ୍ମାନ-୨୦୨୩’ ପାଇଛନ୍ତି । ଯାଜପୁରସ୍ଥିତ ବିରଜା ଆଇନ୍ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମଜୟନ୍ତୀ ପୂର୍ତ୍ତି ପାଳନ ଅବସରରେ ପ୍ରାକ୍ତନ ଯାଜପୁର ପୌରପାଳ ଭବପ୍ରସାଦ ଦାସ, ଶିକ୍ଷାବିତ୍ ବଟକୃଷ୍ଣ ମହାପାତ୍ର, ଅଧିବକ୍ତା ଶଶିଭୂଣେ ଦାସ, କବି ଶରତ କୁମାର ଦାସ, ଶିକ୍ଷାବିତ୍ ଓ ସାହିତ୍ୟିକ ଗିରିଜା ଶଙ୍କର ବର୍ମା, ଶିକ୍ଷାବିତ୍ ଧରଣୀଧର ମହାପାତ୍ର, ସୁନାଫୁଲ ସାହିତ୍ୟ ସଂସଦର ସାଙ୍ଗଠନିକ ସଂପାଦିକା ନିରୁପମା ପତି, ଆଇନ୍‌ଜୀବୀ ସମରେନ୍ଦ୍ର ଦାସ ଓ କମିଟିର ମହାସଚିବ ଘନ ପରିଡା ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ରାଜ୍ୟସ୍ତରୀୟ ‘ଉତ୍କଳ ଗୌରବ ମଧୁସୂଦନ ସମ୍ମାନ-୨୦୨୩’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ କରାଯାଇଥିଲା । ପ୍ରାୟ ୪ ଦଶନ୍ଧି ଧରି ଶ୍ରୀ ଖୁଣ୍ଟିଆ ସାମ୍ବାଦିକତା, କାର୍ଟୁନ, ଚିତ୍ର ଓ ପ୍ରଛଦପଟ ଚିତ୍ର, କାର୍ଟୁନ ପ୍ରଦର୍ଶନୀ ଓ କବିତା ତଥା ସମାଜସେବାରେ ନିୟୋଜିତ ରହି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସଂପ୍ରତି ଜିଲା ସାମ୍ବାଦିକ ଭାବେ ଭଦ୍ରକରେ କାର୍ଯ୍ୟରତ ରହିଛନ୍ତି । ଏନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।