Odiapua.com

ସାମ୍ବାଦିକ ଙ୍କୁ ପୁଲିସର ଆକ୍ରମଣ ବିରୋଧରେ ମାଲକାନଗିରି ସାମ୍ବାଦିକ ଙ୍କ ଦୃଢ ନିନ୍ଦା ଓ କାର୍ଯ୍ୟନୁଷ୍ଟାନ ପାଇଁ ଦାବି

ମାଲକାନଗିରି ,୨୩ା୭(ଓଡିଆ ପୁଅ ) କେନ୍ଦ୍ରାପଡା ଜିଲ୍ଲାରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଜଣେ ମହିଳା କନେଷ୍ଟବଳ ଦୃବ୍ୟବହାର ଦେଖାଇ ମାଡମାରିଥିଲେ । ଏହି ଘଟଣା ଦୁଇଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ କନେଷ୍ଟ ବଳ ଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଟା ଗ୍ରହଣ କରାଯାଇ ନଥିବାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନେ ଏହାକୁ ନିନ୍ଦାକରିଛନ୍ତି । ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲାକାର୍ଯ୍ୟାଳୟ ଠାରେ ସଂଘର ସଭାପତି ଦୁର୍ଯ୍ୟଧନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏହି ଘଟଣାକୁ ଦୃଢ ନିନ୍ଦାକରିବା ସହିତ ତୁରନ୍ତ ଅଭିଯୁକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବାପାଇଁ ଦାବିକରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ଲାଗୁକରିବା,ମାଡ ମାରିଥିବା ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା,କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନ୍ୟାୟ ଦେବା ଦାବିକରି ଏକ ସ୍ମାରକ ପତ୍ର ସାମ୍ବାଦିକ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ପାଇଁ ଏହି ବୈଠକରେ ନିସ୍ପତି ନିଆଯାଇଛି ।