Odiapua.com

ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ

ହାଟଡିହି, ୨୪ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ)  ଓଟିଭିର ଚିଫ ରିପୋର୍ଟର ତଥା ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସମଗ୍ର ରାଜ୍ୟ ଶୋକର ଛାୟାରେ ବୁଡି ଯାଇଥିବାବେଳେ ହାଟଡିହି ବ୍ଲକର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବ୍ଲକର କାର‌୍ୟ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସେ କେନ୍ଦୁଝର ଜିଲ୍ଲାର ହୋଇଥିବାବେଳେ ଓଡିଶାର ଘରେ ଘରେ ପରଚିତ ହୋଇପାରିଥିଲେ । ତାଙ୍କ ଅକାଳ ବିୟୋଗ ଯୋଗୁଁ ଓଡିଶା ଜଣେ ଦପ୍ତୀମନ୍ତ ଯୁବପ୍ରତିଭାଙ୍କୁ ହରାଇଲା ବୋଲି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମତବ୍ୟକ୍ତ କରିଛନ୍ତି । ସେହିପରି ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ଟିକି କିସ୍କୁ, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଯୋଗେନ୍ଦ୍ର ବେହେରା, ସରପଞ୍ଚ ଅମରେନ୍ଦ୍ର ଧଳ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଚନ୍ତି । ସେହିପରି ହାଟଡିହି ବ୍ଲକର କାର‌୍ୟ୍ୟରତ ସାମ୍ବାଦିକ କିଶୋର ଆଚାର‌୍ୟ୍ୟ, ଗୋପାଳକୃଷ୍ଣ ରାଉତ, ପ୍ରଫୁଲ କୁମାର ମହାନ୍ତି, ଅମୀୟ କୁମାର ବରାଳ, ବିକାଶ ବିଶ୍ୱାଳ, ଅନନ୍ତ ଚରଣ ପହି, ସଞ୍ଜିବ କୁମାର ମହାନ୍ତି, ମନମୋହନ ନାୟକ, ଦେବବ୍ରତ ବେହେରା, ବିଭୁତି ଭୁଷଣ ଜେନା, କମଳାକାନ୍ତ ଆୟଚ, ମକରଧ୍ୱଜ ଜେନା, ନୀଳମଣି ବାରିକ ପ୍ରମୁଖ ଗଭୀର ଦୁଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାକୁ ସଦଗତି ଦେବା ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ପରିବାରକୁ ଧର‌୍ୟ୍ୟ ଓ ସାହାସ ଦିଅନ୍ତୁବୋଲି ପ୍ରାର୍ଥନା କରିଥିଲେ ।