Odiapua.com

ସାମ୍ବାଦିକମାନଙ୍କୁ ମାସିକ ଆର୍ଥିକ ସାହାଯ୍ୟ ଦିଆଯାଉ

ପୁରୀ, ୩୦/୫( ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଜନସାଧାରଣ ଙ୍କୁ ଘରେ ବସି ସମସ୍ତ ଖବର ଯୋଗାଇଦେଉଥିବା ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଇଛି। କରୋନା ରେ ମୃତ୍ୟୁ ହେଲେ ୧୫ଲକ୍ଷ ଟଙ୍କା ସାହାଯ୍ୟ ରାଜ୍ୟ ସରକାର ପ୍ରଦାନ କୁ ପ୍ରେସ ଗିଲିଡ଼ ସ୍ୱାଗତ କରିଛି। ଆଜି ଏ ସମ୍ପର୍କ ରେ ଏକ ଗ୍ରୁପ ଫୋନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମ୍ବାଦିକତା ରେ ୫୦ବର୍ଷ ର ଅଭିଜ୍ଞତା ଥିବା ବରିଷ୍ଟ ସାମ୍ବାଦିକ ବିଜୟ ପଟ୍ଟନାୟକ ଅଧକ୍ଷ୍ୟତା କରି କହିଲେ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ କରାଯାଉ। ମହାମାରୀ କରୋନା ର କରାଳ କାୟା ସମୟରେ ଜୀବନକୁ ପାଣିଛଡେଇ ସାମ୍ବାଦିକମାନେ କାମକରୁଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଲକଡାଉନ ସମୟରେ ମାସକୁ ୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି। ଏହାସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓଡିଶା ର ସାମ୍ବାଦିକମାନଙ୍କ ପାଇଁ ମାସିକ ୩ହଜାର ଟଙ୍କା ର ପେଟ୍ରୋଲ କୁପନ ପ୍ରଦାନ ପାଇଁ ଦାବୀ କରିଛନ୍ତି। ଏହି ଫୋନ ଗ୍ରୁପ ଡ଼ିସକସନ ରେ ବରିଷ୍ଟ ସାମ୍ବାଦିକ ବିଜୟ ମିଶ୍ର, ଶଙ୍କର ବେହେରା (ବାବାଜୀ ), ତନ୍ମୟ ମହାନ୍ତି (ପିଣ୍ଟୁ), ନୃସିଂହ ମହାନ୍ତି, ଦୀନବନ୍ଧୁ ଜେନା, ଅଜିତ, ମୋନାଲିସା, ନିମାଇ, କୃତିବାସ କାମଲା, ଗାଙ୍ଗୁଲି ଦାଦା ଙ୍କ ସମେତ ଜିଲ୍ଲା ର ଅନେକ ସାମ୍ବାଦିକ ଏହାକୁ ସମର୍ଥନ କରିଥିଲେ। ଖୁବ ଶୀଘ୍ର ପୁରୀ ସାମ୍ବାଦିକମାନଙ୍କୁ ଶୁଖିଲା ରୋଷେଇ ସାମଗ୍ରୀ କିଟ ପ୍ରଦାନ ପାଇଁ କଥାବାର୍ତା ଚାଲିଛି। ପ୍ରଥମରୁ କରୋନା ରେ ମୃତ ସାମ୍ବାଦିକମାନଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା ସହ ଆତ୍ମା ଶାନ୍ତି ପାଇଁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।