Odiapua.com

ସାମ୍ବାଦିକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା ସହ ସଭାପତି ରୂପେ ଦୀପକ ସମଦାର ନିର୍ବାଚିତ

ଟିଟିଲାଗଡ, ୧୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଓଡ଼ିଶା ସାମ୍ବାଦିକ ସଙ୍ଘ (ଓ.ୟୁ.ଜେ)ର ବଲାଙ୍ଗୀର ଜିଲ୍ଲାର ସଭାପତି ରୂପେ ଦୀପକ ସମଦାର ଦାଇତ୍ୱ ଗ୍ରହଣ କରିଛନ୍ତି। ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମ୍ବାଦିକ ସଙ୍ଘର ବରିଷ୍ଠ ସାମ୍ବାଦିକ ସଂଘର ବୈଠକ ଶହ ଜିଲ୍ଲା ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବିଭିନ୍ନ ସ୍ଥାନରୁ ଆସି ଯୋଗ ଦେଇଥିଲେ। ସେହିପରି ସାମ୍ବାଦିକଙ୍କ ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସମାଧାନ ନେଇ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଥିଲେ। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଯୋଜନା ପ୍ରସ୍ତୁତ କରି ସଫଳ ରୂପାୟନ ନେଇ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଅଧିକାରୀ ଓ ବରିଷ୍ଠ କମିଟିଙ୍କ ଦ୍ଵାରା ଚୟନ ପ୍ରକ୍ରିୟାରେ ପୂର୍ବତନ ସଭାପତି ଦୀପକ ସମଦାର ପୁନଃ ଚୟନ ହୋଇଛନ୍ତି।