Odiapua.com

ସାମ୍ବାଦିକଙ୍କ ମାତୃ ବିୟୋଗରେ ଶୋକପ୍ରକାଶ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ସମ୍ବାଦ’ ଖବରକାଗଜର ଭଦ୍ରକ ଜିଲ୍ଲା ପ୍ରତିନିଧି ଡ.ହରିହର ନାୟକଙ୍କ ମାଆ ତପସ୍ୱିନୀ ନାୟକଙ୍କର ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କର ୮୨ ବର୍ଷ ହୋଇଥିଲା ।ସେ ଜଣେ ଧର୍ମପରାୟଣ ଏବଂ ସ୍ନେହୀ, ପରୋପକାରୀ ସମସ୍ତଙ୍କର ଶୁଭାକାଂକ୍ଷୀ ଆଦର୍ଶ ମହିଳା ଥିଲେ ।ପ୍ରକାଶ ଥାଉକି ଗତ ଅଗଷ୍ଟ ମାସରେ ତାଙ୍କର ସ୍ୱାମୀ ବିଶିଷ୍ଟ ସମାଜସେବୀ ବୃନ୍ଦାବନ ନାୟକଙ୍କ ପରଲୋକ ପରେ ତପସ୍ୱିନୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ସେ ଘରେ ଚିକିତ୍ସିତ ହେଉଥିଲେ । ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ସହିତ ତାଙ୍କର ପରଲୋକ ହୋଇଯାଇଥିଲା ।ମୃତ୍ୟୁ ଶର୍ଯ୍ୟା ନିକଟରେ ବଡପୁଅ ଅଧ୍ୟାପକ କୀର୍ତ୍ତନ ବିହାରୀ ନାୟକ, ସାନପୁଅ ସାମ୍ବାଦିକ ଡ. ହରିହର ନାୟକଙ୍କ ସମେତ ଚାରି ଝିଅଜ୍ୱାଇଁ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ ।ତାଙ୍କର ମୃତ୍ୟୁ ଖବର ନିଜର ଜନ୍ମଭୂମି ସମତେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡପୁଅ କୀର୍ତ୍ତନ ବିହାରୀ ନାୟକ ମୁଖାଗ୍ନି ଦେଇଥିଲେ । ସାମ୍ବାଦିକ ଡ. ନାୟକଙ୍କ ମାଆଙ୍କ ବିୟୋଗରେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବଦିକମାନଙ୍କ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏହି ବିପଦ ସମୟରେ ଭଗବାନ ତାଙ୍କର ପରିବାରକୁ ସହାୟ ହୁଅନ୍ତୁ ବୋଲି ସାମୁହିକ ଭାବରେ ମତପ୍ରକାଶ ପାଇଛି ।