Odiapua.com

ସାମ୍ବାଦିକଙ୍କୁ ଧମକ୍ ଘଟଣାରେ ଜଣେ ଅଟକ ,ଜଣେ ଫେରାର

ନୟାଗଡ/୨୦/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ଓଡିଶାର ନୟାଗଡ ଜିଲ୍ଲା ଟାଉନ୍ ଥାନାରେ ଓଡିଆ ପୁଅ ଖବରର ପ୍ରଭାବ ଦେଖିବାକୁ ମିଳିଛି। ନୟାଗଡ ଜିଲ୍ଲା ଓଡିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟର ସଭ୍ୟ ଶିବାନନ୍ଦ ଘଡେଇଙ୍କୁ ୨ଜଣ ଅସାମାଜିକ ବ୍ୟକ୍ତି ଖଣ୍ଡା ଭୁଜାଲି ଦେଖାଇ ଘରେ ଡିନାମାଇଟ୍ ଲଗାଇ ଉଡେଇ ଦେବାର ଧମକ୍ ଦେଇଥିଲେ ଏବଂ ସାମ୍ବାଦିକ ଓ ତାଙ୍କ ପରିବାର ଭୟରେ ୨ଦିନ ହେଲା ଭିଟାମାଟି ଛାଡି ପଳାଇ ଯାଇଥିଲେ। ଓଡିଆ ପୁଅରେ ଏହି ଖବର ପ୍ରକାଶନ ହେବା ପରେ ନୟାଗଡ ଆରକ୍ଷୀ ଅଧିକ୍ଷକ ଶଶୀଭୁଷଣ ଶତପଥି ଙ୍କ ନିର୍ଦ୍ଧେଶ କ୍ରମେ ନୟାଗଡ ଟାଉନ୍ ଥାନା ଆଇ.ଆଇ.ସି ଶ୍ରୀ ମହାନ୍ତି ଗତ ରାତ୍ରିରେ ଅଭିଯୁକ୍ତ ଭଗବାନ ଘଡେଇ ଓରଫ୍ ଭଗିଆ କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି। ଅନ୍ୟତମ ଅଭିଯୁକ୍ତ ଦାମ ଘଡେଇ ଏଯାଏଁ ଫେରାର ଥିବା ଜଣା ପଡିଛି। ଓୟୁଜେ ର ଶୃଙ୍ଖଳା କମିିଟି ଅଧକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ ନୟାଗଡ ରେ ରହି ଘଟଣା ଉପରେ ନଜର ରଖିଛନ୍ତି। ପୋଲିସ୍ ର କହିବା ଅନୁଯାୟୀ ଅନ୍ୟତମ ଅଭିଯୂକ୍ତ ଦାମ ଘଡେଇକୁ ଖୋଜା ଚାଲିଛି ତୁରନ୍ତ ଗିରଫ କରାଯିବ। ଓୟୁଜେର ଅନୁରୋଧ କ୍ରମେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ପଦକ୍ଷେପ ନେବା ଯୋଗୁଁ ଓୟୁଜେ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି। ଓଡିଆ ପୁଅର ଖବର ପ୍ରକାଶନ ଯୋଗୁଁ ଓୟୁଜେ ପକ୍ଷରୁ ପ୍ରଶଂସା କରାଯାଇଛି।