Odiapua.com

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା, ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ଘୋଷଣାକୁ ଭଦ୍ରକ ଜିଲା ସାମ୍ବାଦିକମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଅତୀତରେ ସ୍ୱାସ୍ଥ୍ୟବୀମା ପ୍ରଦାନ ସମେତ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରି ସାମ୍ବାଦିକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନିଜର ସମ୍ବେଦନଶୀଳ ପ୍ରକଟ କରିଛନ୍ତି । ପରବର୍ତ୍ତୀ ସମୟରେ ଏହି ଘୋଷଣା ଆଧାରରେ ମୃତାହତ ସାମ୍ବାଦିକମାନେ ମଧ୍ୟ ଉପକୃତ ହୋଇଛନ୍ତି । ମାତ୍ର କରୋନା ଯୋଦ୍ଧାଙ୍କ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରିଥିବାବେଳେ ସାମ୍ବାଦିକଙ୍କ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ପୂର୍ବ ଘୋଷଣାକୁ ଅପରିବର୍ତ୍ତିତ ରଖିବା ଦୁର୍ଭାଗ୍ୟଜନକ । କରୋନା ଯୁଦ୍ଧରେ ସମ୍ମୁଖ ଭାଗରେ ରହି ସମାଜ ସଚେତନତା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସାମ୍ବାଦିକମାନଙ୍କ ପ୍ରତି ସରକାର ଅଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରିବା ଉଚିତ୍ । ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି ରଖାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବ୍ଲକ୍‌, ଉପଖଣ୍ଡ ଓ ସହରାଞ୍ଚଳରେ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟୀକାକରଣରେ ସାମିଲ କରିବା ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କ ଭଳି ଅନୁକମ୍ପା ରାଶି ୫୦ ଲକ୍ଷକୁ ବୃଦ୍ଧି କରିବା ତଥା ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ୍ ପଡିଥିବା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ତଥା ୱେବ୍ ଚ୍ୟାନେଲ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ସାମ୍ବାଦିକ ନିହାର ଦାସ, ଭଜଗୋବିନ୍ଦ ଜେନା, ପ୍ରମୋଦ ରାୟ, ନନ୍ଦଦୁଲାଲ ଦାସ, ପ୍ରତାପ ଦାସ, ଅମର ନାୟକ, ସ୍ମୃତିରଂଜନ ସାହୁ, ରବିନାରାୟଣ ଖିଲାର, ହରିହର ନାୟକ, ଉମାକଲ୍ୟାଣ ମହାପାତ୍ର, ଅଶୋକ ନାୟକ, ତପନ ମିଶ୍ର, ତପନ ସ୍ୱାଇଁ, ଚାରୁଦତ୍ତ ନାୟକ, ଅବିନାଶ ପଣ୍ଡା, ଜ୍ଞାନପ୍ରକାଶ ପାଣି, ଗୌରହରି ନାୟକ, ସୁକାନ୍ତ ମହାନ୍ତି, ଶିବାନନ୍ଦ ଦାସ, ରାଜେନ୍ଦ୍ର ଜେନା, ଶଶିଭୂଷଣ ସ୍ୱାମୀ, ସତ୍ୟଭୂଷଣ ସ୍ୱାମୀ, ଜଗବନ୍ଧୁ ବେହେରା, ପାର୍ଥସାରଥୀ ନାୟକ, ଦେବାଶିଷ ମହାପାତ୍ର, ନରେନ୍ଦ୍ର ସାମଲ, ପ୍ରିୟଦର୍ଶନ ବୋଇତି, ରାଜେଶ ଦାସ, ରାକେଶ ଦାସ, ସ୍ନିଗ୍ଧା ରାୟ, ସିପ୍ରା ରାୟ, ଅଂଜଳି ଲେଙ୍କା, ଶୁଭେନ୍ଦୁ ଧଳ, ଦୁର୍ଗାଚରଣ ସାମଲ, ଅମ୍ଳାନ କୁମାର ପଣ୍ଡା, ତପନ ସାହୁ, ଅଭିରାମ ମିଶ୍ର, ମାନସ ପଣ୍ଡା, ଅଜୟ ପଣ୍ଡା, ଚିନ୍ମୟ ମାଝୀ, ସୌମ୍ୟରଂଜନ ପାଢୀ, ରମେଶ ପାଗଳ, ଲାଲା ପ୍ରମୋଦ ରାୟ, ବିଦ୍ୟାଧର ସାହୁ, ସମ୍ବିତ ନାୟକ, ନାରାୟଣ ବାରିକ, ଅପୂର୍ବ ବେହେରା, ନବକିଶୋର ସ୍ୱାଇଁ ପ୍ରମୁଖ ଦାବି ରଖିବା ସହ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବାରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରାଯାଇଛି ।