Odiapua.com

ସାମ୍ବାଦିକଙ୍କୁ ଆକ୍ରମଣ ବିରୋଧରେ ତିର୍ତ୍ତୋଲ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ତିର୍ତ୍ତୋଲ ୨୬/୭ (ଓଡ଼ିଆ ପୁଅ) – କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଉପରେ ଜଣେ ପୋଲିସ ମହିଳା କନେଷ୍ଟବଳ ଆକ୍ରମଣ କରିଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ମହିଳା କନେଷ୍ଟବଳ ଜଣକ ସାମ୍ବାଦିକଙ୍କୁ ବିଚି ରାସ୍ତା ଉପରେ କଲର ଧରି ଚାପୁଡ଼ା ମରିଥିଲେ। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ କନେଷ୍ଟବଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍ଗର ନୁହେଁ। ଏହି ଘଟଣାର୫ ଦିନ ବିତିଯାଇଥିଲେ ମଧ୍ୟ ମହିଳା କନେଷ୍ଟବଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାବେଳେ ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନି କାର୍ଯ୍ୟକାରୀ କରିବାପାଇଁ ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ସଭାପତି ଜୟନ୍ତ ପରିଜାଙ୍କ ନେତୃତ୍ୱରେ ତିର୍ତ୍ତୋଲ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ଏକଜୁଟ ହୋଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ସମ୍ପୃକ୍ତଥିବା ମହିଳା କନେଷ୍ଟବଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିର୍ତ୍ତୋଲ ବିଡ଼ିଓ ଅଟଳ ବିହାରି ସ୍ୱାଇଁଙ୍କ ଜରିଆରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ଟୁକନ ଚରଣ ସେଠୀ, ଅମରଜ୍ୟୋତି ସାହୁ, ସୁଧାଂଶୁ ଶେଖର ପୃଷ୍ଟି, ପ୍ରଭାଶ ଚନ୍ଦ୍ର ଦାସ, ଗୌରାଙ୍ଗ ଚରଣ ସ୍ୱାଇଁ, ଶ୍ରୀକାନ୍ତ ଦାଶ, ନିଶାକର ଦାସ, ରମେଶ ଚନ୍ଦ୍ର ମହାନ୍ତି, ରଞ୍ଜନ ଖୁଣ୍ଟିଆ, ରମାକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଦେବାଶିଷ ଦାସ, ଚନ୍ଦ୍ରକାନ୍ତ ବାରିକ୍‌, ଶ୍ରୀବତ୍ସ ଲାଞ୍ଛନ ପାଢ଼ୀଙ୍କ ସମେତ ଅନ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ।