Odiapua.com

ସାମୁଦ୍ରିକ ଝଡ଼ ଫନୀ ନିମନ୍ତେ ୪ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଘୋଷଣା – – ଓଡିଶାକୁ ମିଳିବ ୩୪୦.୮୭୫ କୋଟି

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନସିଏମସି)ର ନିଷ୍ପତି ଆଧାରରେ ସାମୁଦ୍ରିକ ଝଡ ଫନୀ ପାଇଁ ପ୍ରଶମନ ଓ ଉଦ୍ଧାର କାର୍ଯ୍ୟ ନିମିତ ୪ଟି ରାଜ୍ୟକୁ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା କୋଷ (ଏସଡିଆରଏଫ)ମାନଙ୍କୁ ଅଗ୍ରୀମ ୧୦୮୬ କୋଟି ଟଙ୍କା ପ୍ରଦାନ କରିବା ନେଇ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଛି। ଏହି ସହାୟତା ଅନ୍ତର୍ଗତ ଓଡିଶାକୁ ୩୪୦.୮୭୫ କୋଟି, ଆନ୍ଧ୍ରପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ କୋଟି ଏବଂ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ପ୍ରଦାନ କରାଯିବ।