Odiapua.com

ସାମାନ୍ୟ ବଚସା ରୁ ଭାଇକୁ ହତ୍ୟା କଲା ଭାଇ

ବ୍ରହ୍ମପୁର,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଝିମିଟି ଖେଳରୁ ମହାଭାରତ । ଆଉ ତା ପରେ ହତ୍ୟା । ସାମାନ୍ୟ ଯୁକ୍ତି ତର୍କ ରୁ ଭାଇକୁ ହତ୍ୟା କରିଛି ଭାଇ । ତେବେ ଏହି ଘଟଣା ବୁଗୁଡାଠାରେ ଘଟିଛି । ସାମାନ୍ୟ ବଚସା କୁ କେନ୍ଦ୍ରକରି ବଡଭାଇ ବିନୋଦ ପାତ୍ର ସାନଭାଇ ନିଲୁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ପରେ ତାର ଶବକୁ ଏକ ନିରୋଳା ସ୍ଥାନରେ ଫିଙ୍ଗି ଦେଇଥିଲା । ତେବେ ଏ ସମ୍ପର୍କରେ ପୁଲିସ ଖବର ପାଇ ଶବକୁ ଉଦ୍ଧାର କରିଛି । ଏବଂ ତାକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିବା ବେଳେ ଅଭିଯୁକ୍ତ ବିନୋଦ ପାତ୍ରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।