Odiapua.com

ସାମାନ୍ୟ କୋହଳରେ ଦୋକାନ ବଜାର ଖୋଲା, ବଜାର ଆସିବାକୁ ଗ୍ରାହକଙ୍କ ପୁଲିସକୁ ଭୟ

ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ନୟାଗଡ଼ ଜନସାଧାରଣ ବହୁ ଆଶା ଓ ଆଶଙ୍କା ଭିତରେ ଗତି କରୁଥିବାବେଳେ ରବିବାର ଲକଡାଉନ ସାମାନ୍ୟ କୋହଳରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମଳିଛି। ହେଲେ ପୁଲିସ ଭୟରେ ଗ୍ରାହକମାନେ ଦୋକାନ ବଜାରକୁ ଆସି କିଣାକିଣି କରିବାକୁ ସାହାସ କରିପାରିନାହାନ୍ତି। ଆଗରୁ ପରିବା ମାର୍କେଟ ଓ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବା ଦେଖିବାକୁ ମିଳୁଥିବାବେଳେ ମୋବାଇଲ ରିଚାର୍ଜ ଦୋକାନ, ଗ୍ୟାରେଜ ଭଳି ଆଉ କେତେକ ଲୋକଙ୍କ ନିହାତି ଆବଶ୍ୟକ ଥିବା ଦୋକାନ ଖୋଲାଯାଇଛି। ଦୋକାନ ଖୋଲାଯାଇଛି ହେଲେ ଆଗ ଅପେକ୍ଷା ଗ୍ରାହକ ଦୋକାନାକୁ ଆସୁନଥିବା କେତେକ ଦୋକାନୀ କହିଛନ୍ତି। ଯେଉଁ କେତେକେ ଦୋକାନୀ କଟକଣା ହେତୁ ନିଜ ଦୋକାନ ଖୋଲି ନପାରି ପରିବାପତ୍ର ବା ଅନ୍ୟକିଛି ବେପାର କରି ନିଜ ପରିବାର ଗୁଜୁଂରୁାଣ ମେଂଟାଉଥିଲେ। କଟକଣା କୋହଳ ପରେ ସେମାନେ ଆଜି ନିଜ ନିଜ ଦୋକାନ ଖୋଲି ବସିଥିବା ଦେଖିବାକୁ ମିଳିଛି। ତେବେ ସକାଳୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିଥିବାବେଳେ ଆଉ କେତେକ ମନଇଛା ଅପରାହ୍ନ ୨ଟା ୩ଟା ପର୍ଯ୍ୟନ୍ତ ଖୋଲା ରଖୁଥିବା ସହ ସାମାଜିକ ଦୂରତ୍ୱକୁ ଭୁଲିଯାଉଥିବା ଦେଖିବାକୁ ମିଳିଛି। ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବି୍‌ଶ୍ୱର ଅନ୍ୟାନ୍ୟ ଦେଶରେ ଯେପରି କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଛି ସେପରି ଆମ ଦେଶରେ କି ଆମ ରାଜ୍ୟରେ ନଥିଲେ ମଧ୍ୟ ଯେତିକିବା ବଢୁଛି ତାହା ଉଦ୍ବେଗର କାରଣ ହୋଇଛି। ଏଯାଏଁ ନୟାଗଡ଼ ଜିଲାରେ କରୋନା ଶୂନ୍ୟ ସଂକ୍ରମଣ ଥିବାରୁ ଜନଜୀବନରେ ଆଶ୍ୱସ୍ତି ରହିଛି। ତଥାପି ଲକଡାଉନ ପ୍ରଭାବରେ ସାଧାରଣ ଜୀନବନ ଯାପନ ଦୁର୍ବିସହ ହୋଇପଡ଼ିଥିବାବେଳେ ସାମାନ୍ୟ କୋହଳ ହେଲେ ମଧ୍ୟ ଦୋକାନୀ ମାନେ ଆଶ୍ୱସ୍ତି ହୋଇଛନ୍ତି।