Odiapua.com

ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବ ଓ ନବୀନ ଓଡ଼ିଶା ଆନୁକୂଲ୍ୟରେ ବନ୍ତ ବ୍ଲକ ଆଗରପଡ଼ା ମହାବିଦ୍ୟାଳୟରେ ଚାଲିଥିବା ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଆୟୋଜିତ ସଚେତନତା ସଭାକୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପ୍ରଶାନ୍ତ ଦାଶ ସଞ୍ଚାଳନ କରିଥିଲେ । ଏଥିରେ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ସମିତି ସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ବଡ଼ମହିଁଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ଯୁବନେତା ସତ୍ୟସାଧନ ବେଜ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ସାମାଜିକ ସ୍ତରରେ ସଚେତନ ରହିଲେ ସମାଜ, ଦେଶ ଓ ଜାତିର ଉନ୍ନତି ଘଟିବ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟ ପାଇଁ ଏନ୍‌ଏସ୍‌ଏସ୍‌, ଏନ୍‌ସିଭି ଓ ଯୁବ ରେଡ୍‌କ୍ରସ୍‌ର ସ୍ୱେଚ୍ଛା ସେବୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟାପକ ବ୍ରଜମୋହନ ପତି ଅତିଥି ପରିଚୟ, ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ, ନୋଡାଲ ଅଧିକାରୀ ଅଧ୍ୟାପକ ଡ.ହରିହର ଦାସ ବିବରଣୀ ପାଠ ଓ ଶେଷରେ କନିଷ୍ଠ ସହାୟକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ବିକାଶ କୁମାର ମହାପାତ୍ର, ତାରାକାନ୍ତ ମଲ୍ଲିକ, ସନ୍ଧ୍ୟାରାଣୀ ନାୟକ, ପ୍ରଶାନ୍ତ କୁମାର ନାୟକ, ଚୈତନ୍ୟ ତିରିଆ, ମହେଶ୍ୱର ମଲ୍ଲିକ, ହେମନ୍ତ ଓଝା, ରବିନାରାୟଣ ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହୀ, ଗଙ୍ଗାଧର ଦାସ, ସାବିତ୍ରୀ ମଞ୍ଜରୀ ଦାସ, ସତ୍ୟପ୍ରଭା ପାଣି, ନାରାୟଣ ଚନ୍ଦ୍ର ପୁରି, ମନୋଜ କୁମାର ଆଇଚ, ଲୋକନାଥ ମହାନ୍ତି, ମୁଖ୍ୟ ସହାୟକ ବିଜୟ କୁମାର ଦାସ ଏବଂ ଏନ୍‌ସିସି ମୁଖ୍ୟ ଜଗନ୍ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।